ଅନାଥ ଆଶ୍ରମରେ ଦିଆଯାଉଛି ଅସହ୍ୟ ଯନ୍ତ୍ରଣା; ଓଲଟାଇ ଟାଙ୍ଗିଦେବା ସହ ଲଙ୍କା ଧୂଆଁ ଦେଉଛନ୍ତି…

add-all

IMAGE_1705665829

ମଧ୍ୟପ୍ରଦେଶ ଇନ୍ଦୋରର ଏକ ଅନାଥ ଆଶ୍ରମରେ ପିଲାମାନଙ୍କୁ ଦିଆଯାଉଛି ଅକଥନୀୟ ଯନ୍ତ୍ରଣା। ଶିଶୁ କଲ୍ୟାଣ କମିଟି (CWC) ଗତ ସପ୍ତାହରେ ଅଚାନକ ଅନାଥ ଆଶ୍ରମ ପରିଦର୍ଶନ କରି ସାମ୍ନାକୁ ଆଣିଛି ଭିତିରି କଥା। ପିଲାମାନେ କିପରି ନିର୍ଯାତନାର ଶିକାର ହେଉଛନ୍ତି, ତାର ବାସ୍ତବ ଚିତ୍ର ଜଣାପଡିଛି।

21 ଜଣ ଛୋଟ ଛୋଟ ପିଲା ଥିବା ଏହି ଅନାଥ ଆଶ୍ରମରେ ପିଲାମାନଙ୍କୁ ଅତି ସାମାନ୍ୟ କଥାରେ ଅସହ୍ୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପିଲାମାନେ ଶିଶୁ କଲ୍ୟାଣ କମିଟି ନିକଟରେ କରିଥିବା ଅଭିଯୋଗ ଅନୁସାରେ, ସାମାନ୍ୟ ଭୁଲ୍ ହେଲେ ସେମାନଙ୍କୁ ଓଲଟାଇ ଟାଙ୍ଗି ଦିଆଯାଉଛି। ଏଥିସହ ଲୁହାକୁ ତତାଇ ସେଥିରେ ଦାଗ ଦେବା ସହ ଏହାର ଫଟୋଗ୍ରାଫ୍ ମଧ୍ୟ କରୁଛନ୍ତି।

ଲଙ୍କାକୁ ନିଆଁରେ ପୋଡି ସେଥିରୁ ବାହାରୁ ଥିବା ଧୂଆଁ ନେବାକୁ ମଧ୍ୟ କୁହାଯାଉଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁଡିସି)ର ଏକ ଟିମ୍ ଅନାଥା ଆଶ୍ରମ ପରିଦର୍ଶନରେ ଯାଇ ଏସବୁ ଖୁଲାସା କରିଛି।

ପୁଲିସ କହିଛି ଯେ, ଅନାଥା ଆଶ୍ରମରେ ଚାଲିଥିବା ସମସ୍ତ ଘଟଣା ବାବଦରେ ପିଲାମାନେ ଅଧିକାରୀମାନଙ୍କୁ କହିଛନ୍ତି। ଅଭିଯୋଗ କ୍ରମେ ଆଶ୍ରମର ପାଞ୍ଚ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଜଣେ ଚାରି ବର୍ଷର ଶିଶୁ ପ୍ୟାଣ୍ଟରେ ଶୌଚ କରିଦେବାରୁ ତାକୁ ଖାଇବା ନ ଦେଇ ବାଥରୁମରେ ଦୁଇ ତିନି ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି।

ବାତ୍ସଲ୍ୟପୁରମ ଜୈନ ଟ୍ରଷ୍ଟ ଦ୍ୱାରା ଏହି ଅନାଥା ଆଶ୍ରମଟି ପରିଚାଳିତ ହେଉଛି। କିନ୍ତୁ ଆଇନ ଅନୁସାରେ ପଞ୍ଜିକୃତ ହୋଇ ନାହିଁ। ଏହି ଟ୍ରଷ୍ଟର ବେଙ୍ଗାଲୁରୁ, ସୁରଟ, ଯୋଧପୁର ଏବଂ କୋଲକାତାରେ ମଧ୍ୟ ଅନାଥ ଆଶ୍ରମ ରହିଛି।

ଇନ୍ଦୋର ଅତିରିକ୍ତ ପୁଲିସ କମିଶନର ଅମରେନ୍ଦ୍ର ସିଂହ କହିଛନ୍ତି, “ସିଇସି ଦାଖଲ କରିଥିବା ଅଭିଯୋଗକୁ ଭିତ୍ତି କରି ମାମଲା ଦାୟର କରାଯାଇଛି। ଅନାଥ ଆଶ୍ରମକୁ ତୁରନ୍ତ ସିଲ୍ କରି ପିଲାମାନଙ୍କୁ ସରକାରୀ ସୁବିଧାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ଦାଖଲ କରାଯାଇଛି। ଏପରି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନିଆଯାଇ ତଦନ୍ତ କରାଯାଉଛି।”

ପୁଲିସର କହିବା ଅନୁସାରେ, ଏହି ଅନାଥ ଆଶ୍ରମରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଓଡିଶା ଏବଂ ମଧ୍ୟପ୍ରଦେଶର ପିଲାମାନେ ରହୁଥିଲେ।

ad-week
Leave A Reply

Your email address will not be published.