ପୁଣି ଜେଲରୁ ବାହାରିବ ଗୁରମିତ ରାମ ରହିମ…

add-all

Ram_Rahim_1705659667

ପୁଣି ଜେଲରୁ ବାହାରିବ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହ। ୨୦ ବର୍ଷ କାରାଦଣ୍ଡ କାଟୁଥିବା ରହିମ ମାତ୍ର ଦୁଇ ମାସ ତଳେ ୨୧ ଦିନ ଛୁଟିରେ ଆସିଥିଲା, ଏବେ ତାକୁ ପୁଣି ୫୦ ଦିନର ଛୁଟି ଅନୁମତି ମିଳିଛି। ଦୁଇଟି ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦଣ୍ଡିତ ହୋଇଛି ରହିମ।

ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ଏବଂ ଗୋଟିଏ ହତ୍ୟା ମାମଲାରେ ୨୦୧୭ ମସିହାରେ ରହିମକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ ଅଦାଲତ। ପରେ ୨୦୦୨ରେ ସାମ୍ବାଦିକ ରାମ ଚନ୍ଦେର ଛତ୍ରପତି ଏବଂ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କ ହତ୍ୟା ସମେତ ଅନ୍ୟ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଗତବର୍ଷ ନଭେମ୍ବର ୨୦୨୩ରେ ୨୧ ଦିନିଆ ପାରୋଲରେ ମୁକୁଳିଥିଲା ରହିମ। ମାଆଙ୍କ ଅସୁସ୍ଥତା ସହ ବିଭିନ୍ନ କାରଣ ଦର୍ଶାଇ ଏକାଧିକ ଥର ପାରୋଲରେ ବାହାରୁଛି। ସୂଚନା ମୁତାବକ ଗତବର୍ଷ ରହିମକୁ ତିନି ତିନି ଥର ପାରୋଲ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରକାର କାରଣ ଦର୍ଶାଇ ସେ ବାରମ୍ବାର ପାରୋଲ ଆବେଦନ କରୁଛି ଏବଂ ତାକୁ ଅନୁମତି ମଧ୍ୟ ମିଳିଯାଉଛି।

ହରିୟାଣା କଏଦୀଙ୍କ ଉତ୍ତମ ଆଚରଣ ଅଧିନିୟମ, ୨୦୨୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କଏଦୀମାନଙ୍କୁ ନିୟମିତ ପାରୋଲ ଦିଆଯାଇପାରିବ। କିନ୍ତୁ ଏକାଧିକ ହତ୍ୟା କିମ୍ବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କଏଦୀମାନେ ପାରୋଲ ପାଇବାକୁ ଯୋଗ୍ୟ ନୁହଁନ୍ତି।

ad-week
Leave A Reply

Your email address will not be published.