ଅନଲାଇନ୍‌ ଗେମ୍‌ ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ନେଲେ ସାଙ୍ଗର ଜୀବନ

add-all

Deadbody_1703830598

ଅନଲାଇନ୍‌ ଗେମ୍‌ ଖେଳିବା ହେଲା କାଳ। ଘନିଷ୍ଣ ବନ୍ଧୁ ପାଲଟିଗଲେ ଶତ୍ରୁ। ଅନଲାଇନ୍‌ ଗେମ୍‌ର ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ହିଁ ନେଇଗଲେ ସାଙ୍ଗର ଜୀବନ । ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହକୁ ଜଙ୍ଗଲରେ ପୋଡ଼ିବା ପରେ ପୋତି ଦେଇଥିଲେ । ମୃତକ ଓ ଅଭିଯୁକ୍ତ ସମସ୍ତେ କିଶୋରାବସ୍ଥାର ପିଲା ବୋଲି ଜଣାଯାଇଛି।

ଏପରି ଏକ ଅଭାବନୀୟ କାଣ୍ଡ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଘଟିଛି। ମୃତକ ହେଲେ ପାପାୟି ଦାସ । ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ୪ ଜଣଙ୍କୁ ପୁଲିସ୍‌ ଉଠାଇ ନେଇଛି।

ପାପାୟି କିଛି ଦିନ ହେବ ନିଖୋଜ ଥିଲେ। ଏନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ପୂର୍ବେ ପୁଲିସ୍‌ ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା। ତଦନ୍ତ ପରେ ତାହା ପାପାୟିଙ୍କର ବୋଲି ସ୍ପଷ୍ଟ ହୋଇଥିଲା।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରି ପାପାୟିଙ୍କୁ ତାଙ୍କ ୪ ସାଙ୍ଗ ହିଁ ମାରିଥିବା ଜାଣିବାକୁ ପାଇଥିଲା। ପାପାୟି ନିଜ ଅନଲାଇନ୍‌ ଗେମ୍‌ ପାସ୍‌ୱାର୍ଡ ଦେବାକୁ ମନା କରିବାରୁ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ସେମାନେ ସ୍ୱୀକାର କରିଛନ୍ତି।

ପୁଲିସ୍‌ ଉକ୍ତ ୪ କିଶୋରଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ସେମାନେ ସବ କଥା ମାନି ଯାଇଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ଆଗରେ ହାଜ କରିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.