ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ

add-all

xcc

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ। ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଓ ଏକ ସମାରୋହରେ ଦୁହେଁ ବିବାହ କରିଛନ୍ତି। ସୋଏବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଫଟୋ ସେୟାର୍‌ କରିଛନ୍ତି।

ସୋଏବ ଯେଉଁ ସନାଙ୍କୁ ବିବାହ କରିଛନ୍ତି ସେ ମଧ୍ୟ ପୂର୍ବରୁ ବିବାହିତା ଥିଲେ। ତାଙ୍କ ସ୍ବାମୀଙ୍କ ସହ ସଂପର୍କରେ ଫାଟ ଦେଖାଦେବା ପରେ ସେ ସ୍ବାମୀଙ୍କୁ ତିନ୍‌ ତଲାକ ଦେଇଥି‌ଲେ ଓ ଏବେ ସୋଏବଙ୍କୁ ବିବାହ କରିଛନ୍ତି।
୨୮ ବର୍ଷୀୟା ସନା ପାକିସ୍ତାନର ଅନେକ ଟିଭି ସୋ’ରେ ନଜର ଆସିଛନ୍ତି। ଏହାବ୍ୟତୀତ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ବି ଦେଖିବାକୁ ମିଳିଛନ୍ତି। ଅଭିନେତ୍ରୀ ୨୦୨୦ ମସିହାରେ ପ୍ରଥମ ବିବାହ କରିଥିଲେ। ମାତ୍ର ବିବାହ କିଛି ମାସ ମଧ୍ୟରେ ଖବର ଆସିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଭଲ ପଡୁନାହିଁ। ତା’ପରେ ଦୁହେଁ ଦୁହିଁଙ୍କ ଫଟୋକୁ ସେମାନଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରୁ ଡିଲିଟ୍‌ କରି ଦେଇଥିଲେ। ପୁଣି ଖବର ଆସିଲା ଯେ ସେମାନଙ୍କ ମଧ୍ୟରେ ଝାଡ଼ପତ୍ର ହୋଇଯାଇଛି।

ଏପଟେ ସୋଏବ ଓ ସାନିଆଙ୍କ ଛାଡ଼ପତ୍ର ଖବର ବି ସୋସିଆଲ୍‌ ମିଡିଅ‌ାରେ ଚର୍ଚ୍ଚା ପାଲଟିଥିଲା। ସେ ଦୁହେଁ କେବେ ମୁହଁ ଖୋଲି ନକହିଥିଲେ ବି ଏବେ ସୋଏବଙ୍କ ବିବାହ ତାହାକୁ ସ୍ପଷ୍ଟ କରିଦେଇଛି।

ad-week
Leave A Reply

Your email address will not be published.