ଜେରା କରିବାକୁ ହେମନ୍ତ ସୋରେନ୍‌ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍‌

add-all

hemanta

ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।
ସଦ୍ୟତମ ସୂଚନା ଅନୁସାରେ, ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ଜେରା କରୁଛନ୍ତି।
ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ରାଞ୍ଚିର କାଁ‌କେ ରୋଡ୍‌ରେ ଥିବା ସୋରେନ୍‌ଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ସେମାନଙ୍କ ଟିମ୍‌ରେ ଦିଲ୍ଲୀର ୩ଜଣ ତଦନ୍ତକାରୀ ଅଧିକାରୀ ବି ସାମିଲ ହୋଇଛନ୍ତି।
ଝାଡ଼ଖଣ୍ଡରେ ବେଆଇନ ଭାବେ ଜମି ମାଲିକାନା ପରିବର୍ତ୍ତନ କରାଉଥିବା ମାଫିଆମାନଙ୍କର ଗୋଟାଏ ବଡ଼ ରାକେଟ୍‌ ସହିତ ଏହି ତଦନ୍ତ ଜଡ଼ିତ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।
୨୦୧୧ ବ୍ୟାଚ୍‌ର ‘ଆଇଏଏସ୍‌’ ଅଧିକାରୀ ଛବି ରଞ୍ଜନଙ୍କ ସମେତ ପ୍ରବର୍ତ୍ତନ ନିର୍ଦେଶାଳୟ ଏପର୍ଯ୍ୟନ୍ତ ଏହି ମାମଲାରେ ୧୪ଜଣଙ୍କୁ ଗିରଫ କରି ସାରିଲାଣି।
ଜମି ଦୁର୍ନୀତି ସଂକ୍ରାନ୍ତରେ ବୟାନ୍‌ ରେକର୍ଡ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ କିଛି ଦିନ ତଳେ ପଠାଯାଇଥିବା ସମନ୍‌ ଶେଷ ସୁଯୋଗ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଥିଲା। କିନ୍ତୁ, ଏ ସମନ ବେଆଇନ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସୋରେନ୍‌ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଉତ୍ତର ଦେଇଥିଲେ।

ad-week
Leave A Reply

Your email address will not be published.