କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା; ଅନ୍ୟ ଜଣେ ଆହତ, ଅଭିଯୁକ୍ତ ଫେରାର…

Deadbody_1703830598

ସୋନପୁର: କ୍ରିକେଟ୍‌ ବ୍ୟାଟ୍‌ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି।
ସୂଚନା ଅନୁସା‌ରେ ଆଜି ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍‌ ବ୍ୟାଟରେ ସନ୍ତୋ‌ଷଙ୍କୁ ଆକ୍ରମଣ କରିଥିଲା। ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା। ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ। ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇ ପୁଲିସ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

ad-week
Leave A Reply

Your email address will not be published.