କଲରାପତରିଆ ବାଘର ଛାଲ ଜବତ…

IMAGE_1705748224

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ରାଣୀପଥ ଗାଁ ନିକଟରେ ଏସ୍‌ଟିଏଫ୍ ଟିମ୍ ଆଜି ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତଙ୍କ ନାଁ ଗୌତମ ବେହେରା (୫୫)। ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର ନୂଆସାହିରେ।
ଗୌତମ ବାଘ ଛାଲ ରଖିଥିବା ଓ ତାକୁ ବିକ୍ରି ପାଇଁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଏସ୍‌ଟିଏଫ୍ ଟିମ୍ ଚଢ଼ାଉ କରିଥିଲା।
ଜବତ ବାଘ ଛାଲଟିକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ସ୍ଥିତ ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII)କୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ କୁହାଯାଇଛି।

ad-week
Leave A Reply

Your email address will not be published.