ବାପାଙ୍କ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇଲେ ବିଧାୟିକା ଦୀପାଳି ଦାସ

add-all

Puja_1705756970

ଝାରସୁଗୁଡ଼ା : ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜା କରିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ। ସେ ଖାଲି ପୂଜା କରିନାହାନ୍ତି, ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇ ନୃତ୍ୟ ପରିବେଷଣ କରିଛନ୍ତି। ବାପାଙ୍କ କଥା ମନେ ପକାଇ ଭାବ ବିହୋଳ ମଧ୍ୟ ହୋଇଛନ୍ତି ଦୀପାଳି। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍‌ରୁ ଆସିଛି ଏପରି ଖବର।
ମୟୂରଗଡ ‘ଜଙ୍ଘା ବଡଦେଓ’ ମନ୍ଦିର ପରିସରରେ ଚାଳିଛି ‘ଜଙ୍ଘା ବଡଦେଓ’ଙ୍କ ପୂଜା ଓ ଯାତ୍ରା ମହୋତ୍ସବ। ପୂର୍ବରୁ ଏହି ପୂଜାରେ ସାମିଲ ହେଉଥିଲେ ନବ କିଶୋର ଦାସ। ପୂଜା କରିବା ସହିତ ଜଙ୍ଘା ବଡଦେଓ ଦେବତାଙ୍କୁ କାନ୍ଧରେ ଧାରଣକରି ନୃତ୍ୟ ପରିବେଷଣ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ପରିବାରର ସମସ୍ତେ ପୂଜାରେ ସାମିଲ ହୋଇଥିଲେ।
ପୂଜାରେ ସ୍ୱର୍ଗତ ଦାସ ପତ୍ନୀ ସ୍ତ୍ରୀ ମିନତୀ ଦାସ, ଝିଅ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଦାସ, ପୁଅ ବିଶାଳ ଦାସ ଓ ବୋହୂ ଚାରବି ଦାସ ସାମିଲ ହୋଇଥିଲେ। ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ତା’ପରେ ସମସ୍ତେ ‘ଜଙ୍ଘା ବଡଦେଓ’ଙ୍କୁ ତୈଳ ଲଗାଇ ଥିଲେ। କମିଟି ପକ୍ଷରୁ ସମସ୍ତଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା। ପଞ୍ଚବାଦ୍ୟ ଦୁଲଦୁଲିର ତାଳେ ତାଳେ ପ୍ରଥମେ ବିଶାଳ ଦାସ ଜଙ୍ଘା ବଡଦେଓଙ୍କୁ ଧାରଣ କରି ନୃତ୍ୟ ପରିବେଷଣ କରିଥିଲେ। ତା’ ପରେ ଦୀପାଳି ଦାସ ‘ଜଙ୍ଘା ବଡଦେଓ’ଙ୍କ ଅଗ୍ରଭାଗକୁ ଧାରଣ କରି ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ ଜଙ୍ଘା ଦେବତାଙ୍କ ଆଶୀର୍ବାଦ ନେଇଥିଲେ।

‘ଜଙ୍ଘା ବଡ଼ଦେଓ’ଙ୍କ ଏହି ଯାତ୍ରାରେ ଲଇକେରା, କିର୍ମିରା ଓ କୋଲାବିରା ତଥା ଜିଲ୍ଲା ବାହାରୁ ସମାଜର ହଜାର ହଜାର ସଂଖ୍ୟାରେ ଗୋଁଣ୍ଡ ସମାଜର ଶ୍ରଦ୍ଧାଳୁମାନେ ସାମିଲ ହୋଇ ଆରାଧ୍ୟ ଦେବତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ମନ୍ଦିର ଉନ୍ନତି କରଣ ପାଇଁ ଶିଳାନ୍ୟାସ କରିଥିଲେ ବିଧାୟିକା ଦୀପାଳି ଦାସ।

ad-week
Leave A Reply

Your email address will not be published.