ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ…

add-all

fsd

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଯୋଧ୍ୟାରେ ସେ ଏହି ବାଲୁକା କଳାଟିକୁ ରୂପ ଦେଇଛନ୍ତି । ୫୦୦ ବର୍ଷପରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେଉଥିବାରୁ ଏହାକୁ ସ୍ମରଣୀୟ  କରିବା ପାଇଁ ଏହି ବାଲୁକା କଳାଟିରେ ରାମ ମନ୍ଦିରର ଛୋଟ ବଡ଼ ପ୍ରାୟ ୫୦୦ ମିନିଚରକୁ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ସୁଦର୍ଶନ ।

୨୩ ଫୁଟ ଉଚ୍ଚର ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ସହ ରାମ ମିନିଚର ଗୁଡ଼ିକ ବ୍ୟବହାର କରି ମନ୍ଦିରର ଅବିକଳ ଢାଞ୍ଚାକୁ ମଧ୍ୟ ଏହି ବାଲୁକାକଳାରେ ସେ ସ୍ଥାନ ଦେଇଛନ୍ତି ।ଏହି ବାଲୁକାକଳାଟିରେ ଡାହାଣ ବା ଦକ୍ଷିଣ ପାର୍ଶ୍ୱରେ  ଯୋଡ ହସ୍ତ ହୋଇ ଶ୍ରୀରାମଙ୍କ ଉପାସନାରେ ମଗ୍ନ ଥିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିତ୍ର ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଅନ୍ୟ ପାର୍ଶ୍ବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କୁ ଜୋଡ ହସ୍ତରେ ଶ୍ରୀରାମଙ୍କ ଉପାସନା କରୁଥିବା ଦେଖିବାକୁ ମିଳିଛି । ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସହ ପୁରୀରୁ ଯାଇଥିବା ତାଙ୍କର ୮ ଜଣ ଛାତ୍ର ମିଶି ଏହି ବାଲୁକାକଳାଟି କୁ ପ୍ରସ୍ତୁତ କରିଥିବା ବେଳେ ବାଲୁକା କଳାଟି ପାଇଁ ଦୁଇଦିନ ସମୟ ଲାଗିଛି ବୋଲି କହିଛନ୍ତି ସୁଦର୍ଶନ । ଅଯୋଧ୍ୟା ଯାଉଥିବା ସମସ୍ତ ଭକ୍ତ ଏହି ବାଲୁକାକଳାଟିକୁ ଦେଖିବାର ସୌଭାଗ୍ୟ ପାଇ ପାରିବେ ।

ad-week
Leave A Reply

Your email address will not be published.