ପୁରୀରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ

add-all

Capture-14-750x430

ପୁରୀ: ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ। ଜଗନ୍ନାଥ ମନ୍ଦିର ଆସି କେହି ଖାଲି ହାତରେ ଫେରେ ନାହିଁ ବରଂ ମହାପ୍ରଭୁ ବୁଦ୍ଧି, ବଳ,ଶକ୍ତି,ସାହସ ଦେଇଥାନ୍ତି ବୋଲି ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି। ସେପଟେ ରାମଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ରାମରାଜ୍ୟ ପ୍ରତିଷ୍ଠାର ଏ ସମୟ ପ୍ରକୃଷ୍ଟ ବୋଲି ସେ କହିଛନ୍ତି।

ଅନ୍ୟପଟେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ ଯୋଗ ଦେଇଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ । ୭୦ ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଥିବା ଏହି କଲେଜକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସୋନ୍ଵାଲ । କଲେଜର ପିଲାମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ଉତ୍ସାହ ବଢ଼ାଇବା ସହ କଲେଜ ତରଫରୁ ପ୍ରିନ୍ସିପାଲ ଦେଇଥିବା ଦାବି ସବୁକୁ ପୁରା କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ସୋନ୍ଵାଲ୍। ଯେଉଁ ପ୍ରଦେଶ ସବୁ ଆୟୁଷ କ୍ଷେତ୍ରକୁ ଆଗେଇ ନେଇଛନ୍ତି ସେମାନଙ୍କ ସହ ଆଲୋଚନା କରି ସାଧ୍ୟମତେ ଏହାର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।

କଲେଜ ତରଫରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୁ NIA ବା  INSTITUTE  ମାନ୍ୟତା ଦେବାକୁ ଦାବି କରାଯିବା ସହ UPSC ପରୀକ୍ଷାରେ ୬ ଆୟୁର୍ବେଦ କୁ ବିକଳ୍ପ  ବିଷୟ ଭାବରେ ନେବା ଆଦି ଅନେକ ଦାବି ଉପରେ ଆଲୋଚନା କରିବା ସହ ଯଥା ସମ୍ଭବ ଚେଷ୍ଟା  କରିବେ ବୋଲି ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ମେକାନିଜ୍ଜିମ୍ ,ରିସର୍ଚ୍ଚ ଫ୍ୟାସିଲିଟି ସହ ଅଧିକରୁ ଅଧିକ ଲୋକଙ୍କୁ ଆୟୁଷରେ କିପରି ଯୋଡା ଯାଇପାରିବ ସେନେଇ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

ad-week
Leave A Reply

Your email address will not be published.