ମୋଦି ପିଇଲେ ଚରଣାମୃତ, ଭାଙ୍ଗିଲେ ୧୧ ଦିନର ବ୍ରତ…

add-all

IMAGE_1705921079

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ସରିଛି। ବିରାଜି ସାରିଛନ୍ତି ରାମ ଲଲା। ରାମଙ୍କ ପବିତ୍ର ବିଗ୍ରହର ପ୍ରାଣ ପ୍ରତିଷ୍ଠା ମଧ୍ୟ ହୋଇ ସାରିଛି। ଏହି ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ରତ ଭାଙ୍ଗିଛନ୍ତି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଛନ୍ତି।

ନିଜ ୧୧ ଦିନର ଉପବାସକୁ ପ୍ରଧାନମନ୍ତ୍ରୀ ମୋଦି ସଫଳତାର ସହ ପୂରା କରିଛନ୍ତି। ଏଥିପାଇଁ ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କ ଭକ୍ତିର ପ୍ରଶଂସା କରିଛନ୍ତି। ଏଥିସହ ସେ ମୋଦିଙ୍କୁ ଚରଣାମୃତ ପିଆଇ ତାଙ୍କ ବ୍ରତ ଭାଙ୍ଗିଛନ୍ତି।

ଜାନୁଆରୀ ୧୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପର୍ଯ୍ୟନ୍ତ ଅର୍ଥାତ ୧୧ ଦିନ ଯାଏ ଉପବାସ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏକ ଅଡିଓ ମେସେଜ ଜରିଆରେ ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦି ୧୧ ଦିନିଆ ବ୍ରତ ରଖିଥିଲେ। ସେ ପ୍ରତିଦିନ ଏକ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ। ଅଧ୍ୟାତ୍ମିକ ଜଗତ୍‌ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି ୧ ଘଣ୍ଟା ୧୧ ମିନିଟ୍‌ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ। ଏଥିସହ ସେ ୧୧ ଦିନ ଯାଏଁ କେବଳ ଫଳାହାର କରି ରହିଥିଲେ। କେବଳ ସେତିକି ନୁହେଁ ସେ କେବଳ ଗୋଟିଏ କମ୍ବଳରେ ଶୋଉଥିଲେ ବୋଲି ମିଳିଥିବା ସୂତ୍ରରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.