ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନଙ୍କ ଭକ୍ତି ସଂଗୀତ ପରିବେଷଣ…

add-all

gdjgdgjgjgjd-750x430

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ମନୋରଞ୍ଜନ ଜଗତର ଶ୍ରେଷ୍ଠ କଳାକାରମାନେ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଗାୟକ ସୋନୁ ନିଗମ ଏହି ସମାରୋହରେ ରାମଚରିତମାନସର କିଛି ଦୋହା ଗାନ କରିଥିଲେ। ଏକ ଜଣାଶୁଣା ଗଣମାଧ୍ୟମ ଏଜେନ୍ସିକୁ ଗାୟକ କହିଛନ୍ତି ଯେ ରାମମନ୍ଦିର ସମାରୋହକୁ ନିମନ୍ତ୍ରଣ ପାଇ ସେ ଅଭିଭୂତ ହୋଇପଡ଼ିଥିଲେ। ଏହା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ମୁଁ ଖୁସି ଯେ ଦୁନିଆରେ ଯେଉଁଠି ସନାତନ ଧର୍ମ ଅଛି ସେଠାରେ ଆନନ୍ଦ ଓ ଉତ୍ସାହ ରହିଛି। ନିମନ୍ତ୍ରଣ ପାଇଥିବା ଭାଗ୍ୟବାନ ବ୍ୟକ୍ତିଙ୍କ ମଧ୍ୟରୁ ମୁଁ ଅନ୍ୟତମ ବୋଲି ସେ କହିଛନ୍ତି। ‘ରଘୁକୁଲ ରୀତି ସଦା ଚଲି ଆଇ, ପ୍ରାଣ ଯାଇ ବରୁ ବଚନ ନ ଯାଇ’ ଗାନ କରି ସେ ପ୍ରଶଂସା ସାଉଁଟିଥିବା ବେଳେ ବିଶେଷ କରି ସାଧୁମାନେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା। ସୋନୁଙ୍କ ବ୍ୟତୀତ ଅନୁରାଧା ପୌଡୱାଲ ଓ ଶଙ୍କର ମହାଦେବନ ମଧ୍ୟ ଭକ୍ତି ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ।

ad-week
Leave A Reply

Your email address will not be published.