ଗୁଳି ବିନିମୟ ପରେ ନକ୍ସଲଙ୍କ ଛତ୍ରଭଙ୍ଗ; ବିପୁଳ ବିସ୍ଫୋରକ ଜବତ…

add-all

Naxal_1705990634

ବୌଦ୍ଧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ କିଛି ଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
ନଳୀକୁମ୍ପା ଜଙ୍ଗଲରେ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆଜି ସକାଳେ ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ନକ୍ସଲଙ୍କ ସହିତ ପୁଲିସର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ଘଣ୍ଟା ଧରି ଗୁଳିବିନିୟମ ହୋଇଥିଲା। ପ୍ରାୟ କିଛି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ପୁଲିସ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବା ସୂଚନା ରହିଛି। ଏହି କ୍ୟାମ୍ପରେ ୨୫ରୁ ୩୦ ନକ୍ସଲ ଥିଲେ ବୋଲି ସୂଚନା ରହିଛି। ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ୍, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ad-week
Leave A Reply

Your email address will not be published.