ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଓ ପରାକ୍ରମ ଦିବସ…

add-all

IMAGE_1642914027

ଭୁବନେଶ୍ୱର : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ନେତାଜୀ ଜୟନ୍ତୀ। ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ ସଜେଇ ହୋଇଛି। ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତିଚାରଣ କରାଯାଉଛି।

ଆଜି ଭାରତର ବଳ ସାଜିଛି ସେନା। ଭାରତୀୟ ସୈନ୍ୟଙ୍କ ସାହସିକତା ଓ ବିରତ୍ୱ ଶତ୍ରୁ ପକ୍ଷକୁ ଥରହର କରିଦେଇଛି। ସୈନ୍ୟଙ୍କ ମନୋବଳ ଦୃଢ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ପରାକ୍ରମ ଦିବସ ପାଳନ କରାଯାଇଛି। ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ।
ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 23କୁ ପରାକ୍ରମୀ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଅବସରରେ ଦେଶର ବୀର ପୁରୁଷ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଏ।
ସ୍ୱାଧୀନତା କ୍ଷେତ୍ରରେ ନେତାଜୀଙ୍କ ଅବଦାନ ଥିଲା ଅମୂଲ୍ୟ। ସେ ଭାରତ ମାତାର ସେବା ପାଇଁ ପ୍ରଶାସନିକ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଧୀରେ ଧୀରେ ବ୍ରିଟିଶରଙ୍କ ବିରୁଦ୍ଧରେ ଦେଶର ଯୁବପିଢିଙ୍କୁ ଏକଜୁଟ କରାଇବାରେ ସଫଳ ହୋଇଥିଲେ ନେତାଜୀ। ତାଙ୍କ ଆହ୍ୱାନରେ କୋଟି କୋଟି ଯୁବପିଢି ଗୋରା ସରକାରଙ୍କ ବିରୁଦ୍ଧରେ ଲଢିବାକୁ ଆଗେଇ ଆସୁଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।
ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ। ଅନେକ ଯୁବପିଢି ନେତାଜୀଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି। ଭାରତୀୟ ସେନାକୁ ଆହୁରି ପରାକ୍ରମୀ କରିବା ପାଇଁ ନେତାଜୀଙ୍କ ଉଦାହରଣ ଦିଆଯାଏ ଏବଂ ତାଙ୍କ ଜନ୍ମ ଦିବସକୁ ପରାକ୍ରମୀ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀଙ୍କ ଜୀବନୀ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭାଷଣ ଓ ରଚନା ପ୍ରତିଯୋଗିତା ହୁଏ।

ad-week
Leave A Reply

Your email address will not be published.