ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା

IMAGE_1706250974

ଭାରତ-କାନାଡା ସମ୍ପର୍କରେ ତିକ୍ତତା ମଧ୍ୟରେ ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲା କାନାଡା। ଭାରତରେ ଥିବା କାନାଡାର ହାଇକମିଶନ ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ହାଇକମିଶନର କହିଛନ୍ତି, “ଭାରତକୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି।” ଏହି ପୋଷ୍ଟଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲେଖାଯାଇଛି।

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାକୁ ନେଇ ଗତ ବର୍ଷଠାରୁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ସମ୍ପର୍କ ତିକ୍ତ ହୋଇଥିଲା। କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ନିଜ୍ଜାର ହତ୍ୟା ପାଇଁ ଭାରତକୁ ଦାୟୀ କରିଥିଲା, ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଥିଲା।

ଭାରତ, କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡା ପ୍ରମାଣ ମାଗିଥିଲା। କିନ୍ତୁ କାନାଡା କୌଣସି ପ୍ରମାଣ ନଦେଇ ଭାରତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। କାନାଡା ପ୍ରଥମେ ଭାରତର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ପରେ ପାଲଟା ଜବାବ ଦେଇଥିଲା ଭାରତ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିଲେ ମଧ୍ୟ କାନାଡା ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଛି।

ad-week
Leave A Reply

Your email address will not be published.