କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଫୋନ ଉଠାଉ ନାହାନ୍ତି ନୀତୀଶ କୁମାର

add-all

nitishK

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଦାବି କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, କିନ୍ତୁ ଦୁହେଁ ବହୁତ ବ୍ୟସ୍ତ ଥିଲେ, ତେଣୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇପାରିଲା ନାହିଁ। ନୀତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି, “ବିହାରରୁ କିଛି ଖବର ଆସୁଛି ଯେ ସେଠାରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ। କଂଗ୍ରେସ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ବିହାର ପଠାଉଛି, ଯେତିକି ମୁଁ ଜାଣିଛି ସେ ଆଜି ରାତିରେ ପାଟନାରେ ପହଞ୍ଚିବେ।“
ଗତ କାଲି ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବି ନୀତୀଶଙ୍କୁ ଫୋନ କରିଥିଲେ ବି ସେ ଉଠାଇ ନଥିଲେ । କୁହାଯାଉଛି ଯେ ଲାଲୁ ପ୍ରାୟ ୫ ଥର ଫୋନ କରିଥିଲେ । ଏହା ସତ୍ତ୍ବେ ନୀତୀଶଙ୍କ ସହ କଥା ହୋଇପାରିନଥିଲେ ।

ad-week
Leave A Reply

Your email address will not be published.