ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ ଆପ

add-all

aap

ନୂଆଦିଲ୍ଲୀ: ବିଜେପିକୁ ପରାଜିତ କରିବାକୁ ବିରୋଧୀ ଦଳମାନଙ୍କ ମଧ୍ୟରେ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି | ଦୁଇ ଦିନ ତଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ବର୍ତ୍ତମାନ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ | ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଗାମୀ ଲୋକସଭା ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।
ସେ ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଉଲ୍ଲେଖ ଥାଉ କି ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇନପାରିବା ଇଣ୍ଡିଆ ମେଣ୍ଟ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଛି । କେଜ୍ରିୱାଲଙ୍କ ପୂର୍ବରୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ | ମେଣ୍ଟର ଦୁଇ ପ୍ରମୁଖ ନେତାଙ୍କ ଏଭଳି ଆଭିମୁଖ୍ୟ କଂଗ୍ରେସ ପାଇଁ ବଡ଼ ଝଟ୍‌କା ହୋଇଥିବା ବେଳେ ଏହା ଇଣ୍ଡିଆ ମେଣ୍ଟର ରଣନୀତିକୁ ଦୁର୍ବଳ କରିଦେବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.