ଆମେରିକାରେ ପ୍ରଥମ; ନାଇଟ୍ରୋଜେନ୍ ଗ୍ୟାସରେ ଦୋଷୀକୁ ମିଳିଲା ମୃତ୍ୟୁଦଣ୍ଡ

IMAGE_1706325384

ନିୟୁର୍କ : ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦେବାରେ ପ୍ରଥମ ଦେଶ ହେଲା ଆମେରିକା। ନାଇଟ୍ରୋଜେନ ବା ଯବକ୍ଷାରଜାନ ବ୍ୟବହାର କରି ଆମେରିକାର ଅଲବାମାରେ ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ ନାଁ କେନେଥ୍ ଇଉଜିନ୍ ସ୍ମିଥ୍।
୩୫ ବର୍ଷ ତଳେ ସୁପାରୀ ନେଇ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କେନେଥଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରଥମ ଥର ଲାଗି ନାଇଟ୍ରୋଜେନ ଗ୍ୟାସର ବ୍ୟବହାର କରିଛି ଆମେରିକା ।
ପୂର୍ବରୁ ୨୦୨୨ରେ ତାକୁ ଏକାଧିକ ବିଷ ଇଞ୍ଜେକ୍ସନ ଦେବା ସତ୍ତ୍ୱେ ତାର ମୃତ୍ୟୁ ହୋଇନଥିଲା । ଏହାପରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ତାକୁ ମୃତ୍ୟୁଦଣ୍ଡ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ଅଲବାମା କୋର୍ଟ ।
ଆମେରିକୀୟ ସମୟ ଅନୁସାରେ ୨୫ ତାରିଖ ସନ୍ଧ୍ୟାରେ କେନେଥ୍‌ଙ୍କୁ ଡେଥ ଚ୍ୟାମ୍ବରକୁ ନେଇ ଷ୍ଟ୍ରେଚର ଉପରେ ଶୁଆଇ ଦିଆଯାଇଥିଲା। ଏହାପରେ ତାଙ୍କୁ ଏକ ଏୟାରଟାଇଟ୍ ଗ୍ୟାସ୍ ମାସ୍କ ପିନ୍ଧାଇ ସେଥିରେ ନାଇଟ୍ରୋଜେନ ଗ୍ୟାସ ଛଡ଼ାଯାଇଥିଲା । ଏହାର କିଛି ସେକେଣ୍ଡ ଭିତରେ ସେ ବେହୋସ ହୋଇଯିବା ପରେ, କିଛି ମିନିଟ ଭିତରେ ତାର ମୃତ୍ୟୁ ଘଟିଥିଲା।
ଆମେରିକାରେ ମୃତ୍ୟୁଦଣ୍ଡ ପାଇଁ ଫାଶି, ବିଦ୍ୟୁତ ଝଟକା ଓ ବିଷ ଇଞ୍ଜେକସନ ବ୍ୟବସ୍ଥା ପ୍ରଚଳିତ ଅଛି । ତେବେ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ଡକୁ ନେଇ ବହୁ ମାନବାଧିକାର ସଂଗଠନ ବିରୋଧ କରିଛନ୍ତି।
ଅନ୍ୟପକ୍ଷରେ କିଛି ବିଶେଷଜ୍ଞଙ୍କ ମତରେ, ଅନ୍ୟ ଉପାୟ ଅପେକ୍ଷା ଏଥିରେ ଖୁବ୍ କମ ସମୟ ଭିତରେ ଦୋଷୀର ମୃତ୍ୟୁ ହୋଇଥାଏ ଏବଂ ତାକୁ କମ୍ କଷ୍ଟ ହୋଇଥାଏ ବୋଲି ସେମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.