କାର୍ଯ୍ୟରେ ଅନୁପସ୍ଥିତି ଅଭିଯୋଗ, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା ପକାଇଲା ଶ୍ରମିକ ସଂଘ

add-all

ନବରଙ୍ଗପୁର: ନବରଙ୍ଗପୂର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା । ଶ୍ରମ ଅଧିକାରୀଙ୍କ ଦୀର୍ଘଦିନ ଧରି ଅନୁପସ୍ଥିତି ଥିବାକୁ ବିରୋଧ କରି ତାଲା ପକାଇଛନ୍ତି ନବରଙ୍ଗପୂର ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଘ ।

ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଗୋଟିଏ ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି । ଏଣୁ ଦୀର୍ଘଦିନ ହେଲା ଛୁଟିରେ ରହିଛନ୍ତି । ଯାହାଫଳରେ ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ ଶ୍ରମିକ ମାନଙ୍କ ନବୀକରଣ, ନୂତନ ପଞ୍ଜିକରଣ, ବିଭିନ୍ନ ସହାୟତା ରାଶି ଓ ଇତ୍ୟାଦି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ବିରୋଧ କରି ତାଲା ପକାଇଛି ଶ୍ରମିକ ସଂଘ ।

ଆଜି କାର୍ଯ୍ୟାଳୟ ଭିତରେ ସମସ୍ତ କର୍ମଚାରୀ ଦୀର୍ଘ ସମୟ ଧରି ଫସି ରହିଛନ୍ତି, ଯେତେ ସମୟ ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ ଅଧିକାରୀ ନିଯୁକ୍ତି ଦେବାର ନିର୍ଭର ପ୍ରତିଶ୍ରୁତି ଦିଆନଯିବ ସେହି ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହି ସବୁ ଶ୍ରମିକ ସଂଗଠନ ଗୁଡ଼ିକ ହେଲା ଜିଲ୍ଲା ରାଜ ମିସ୍ତ୍ରୀ ମହାସଂଘ, ଭାରତୀୟ ମଜଦୂର ସଂଘ, ଓଡିଶା କଂଷ୍ଟ୍ରକସନ ୱାରକର ୟୁନିୟନ,ଓ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ସମେତ ଜିଲ୍ଲାର ୨୫ ଗୋଟି ସଂଗଠନ ସାମିଲ ହୋଇଛନ୍ତି ।

ad-week
Leave A Reply

Your email address will not be published.