କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ “ଆଦିବାସୀ ପ୍ରତିଭା ସମ୍ମାନ”-୨୦୨୪

add-all

ଫୁଲବାଣୀ:କନ୍ଧମାଳର ଗର୍ଵ ଓ ଗୌରଵ ଶ୍ରୀ ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ। ଓଡ଼ିଶାରେ ଏକମାତ୍ର କୁଇ ଭାଷାକୁ ନେଇ ଗଠିତ କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ କୁଇ ଭାଷାରେ ଅନେକ ପୁସ୍ତକ ଲେଖି ଆପଣାର ପ୍ରତିଭା ପ୍ରଦର୍ଶନ କରି ପାରିଛନ୍ତି। ତା’ଙ୍କ କୁଇ ସାହିତ୍ୟ ସୃଷ୍ଟି ମଧ୍ୟରୁ ୨ ଗୋଟି କୁଇ-ଓଡ଼ିଆ- ଇଂରାଜୀ ଅଭିଧାନ, କୁଇ ଛବି ବହି, ଇସିଂ, ଡେଲି (କାଳ),କୁଇ ଗା’ଜା ଓ କୁଇ ଅନୁବାଦ ବହି ଇତ୍ୟାଦି ପ୍ରକାଶିତ। ସେ ଜଣେ କୁଇ କବି , ଗାଳ୍ପିକ ଏବଂ ପ୍ରବୀଣ କୁଇ ଲେଖକ ଅଟନ୍ତି। ଦୀର୍ଘ ବର୍ଷ ଧରି କୁଇ ସାହିତ୍ୟ ସୃଷ୍ଟି କରି ଲିଭି ଯାଉଥିବା ଭାଷାକୁ ପ୍ରାଣ ପ୍ରତିଷ୍ଠା କରିବାରେ ସେ ମୁଖ୍ୟ ଭୂମିକା ନିଭାଇଛନ୍ତି। ଫଳ ସ୍ଵରୂପ ଆଜି ତାଙ୍କର ପ୍ରତିଭାକୁ ସରକାର ସ୍ଵୀକୃତି ଦେଇଛନ୍ତି। ଓଡ଼ିଶାରେ ଦଶଜଣ ଆଦିବାସୀ ପ୍ରତିଭା ସମ୍ମାନିତ ହୋଇଛନ୍ତି। ତନ୍ମଧ୍ୟରୁ କନ୍ଧମାଳ ଜିଲ୍ଲାର ଶ୍ରୀ ଦୀନବନ୍ଧୁ କହଁର ଅନ୍ୟତମ। ସେ ଆସିଷ୍ଟାଣ୍ଟ୍ ରେଜିଷ୍ଟ୍ରାର୍ କୋପରେଟିଭ୍ ସୋସାଇଟିରୁ ଅବସର ନେବା ପରେ କୁଇ ଭାଷା ସାହିତ୍ୟକୁ ଉଦ୍ ଜୀବିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ଚାଲିଛନ୍ତି। ସାଧାରଣତନ୍ତ୍ର ଦିବସରେ ତା୨୬-୦୧-୨୦୨୪ରିଖରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆ ୟୁନିଟ୍-୧ଠରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଵିଭାଗ,ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ଆଦିବାସୀ ମେଳା- ୨୦୨୪ରେ ଜନଜାତି ସାହିତ୍ୟକୃତି ପାଇଁ ତା’ଙ୍କୁ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ଶ୍ରୀମତୀ ରୂପାରୋସନ୍ ସାହୁ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ସଚିବ, ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ସମରେନ୍ଦ୍ର ଭୂତିଆ ଆସିଷ୍ଟାଣ୍ଟ ଡାଇରେକ୍ଟର, ଉପ ନିର୍ଦ୍ଦେଶକ ସନ୍ତୋଷ ରଥ ପୁରସ୍କାର ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.