କୋମାରେ ପ୍ରାଣୀ ସମ୍ପଦ ବିଭାଗ ୧୩ ଦିନ ହେଲା ପ୍ରାଣୀ ଚିକିତ୍ସା ଠପ…

add-all

ସରକାର ନିରବ ଦ୍ରଷ୍ଟା…!!

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସିଡି ଭି ଓ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ ୧୮ ତାରିଖରୁ ୪ ଦଫା ଦାବି ନେଇ ସମୂହ ଛୁଟି ସହ ଆନ୍ଦୋଳନ ଜାରି ରଖଛନ୍ତି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ରୂପାନ୍ତରୀକରଣ କରିବା ମୁଖ୍ୟ ଦାବି ଥିବାବେଳେ ଏଥିରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀଙ୍କ ସ୍ଥାନାନ୍ତରଣ ସୁବିଧା, ନିଃଶୁଳ୍କ ସେବା ରହିଛି । ଅନ୍ୟ ଦାବି ମଧ୍ୟରେ ପ୍ରାଣୀ ଚିକିତ୍ସକମାନଙ୍କୁ ଡ଼ି.ଏ.ସି.ପି. ସୁବିଧା, ଓଡ଼ିଶାର ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ର ସରକାର ଅଧନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ହାରରେ ଏନ୍.ପି.ଏ. ପ୍ରଦାନ, ଡ଼ାକ୍ତର ପଦବୀ ସୃଷ୍ଟି ଓ କ୍ୟାଡ଼ର ପୁର୍ନଗଠନ ଆଦି ରହିଛି । ଏହି ଦାବିକୁ ନେଇ ଗତ ୧୮ ତାରିଖରୁ ୧୩ଦିନ ହେଲା ପ୍ରାଣୀ ଚିକିତ୍ସକ ମାନେ କନ୍ଧମାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ୧୩ ଦିନ ମଧ୍ୟରେ ସ୍ପେଶାଲାଇଜ୍‌ଡ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ ଭାବରେ ବନ୍ଦ ହୋଇଯିବା ସହିତ ଗୋସମ୍ପଦ କ୍ଷେତ୍ରର ବିପୁଳ କ୍ଷତି ଘଟିଛି। ଏହି ଦିନଗୁଡିକରେ ବହୁ ବୀମାକୃତ ପ୍ରାଣୀଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କ ର ଦାବି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା କାରଣରୁ ଫଇସଲା ହୋଇପାରିନାହିଁ ଏବଂ ରାଜ୍ୟ ପ୍ରୟୋଜିତ ଯୋଜନା ଏବଂ ଏମ୍‌କେୟୁଓ୍ବାଇ ଯୋଜନା ଅଧୀନରେ ରିହାତି ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି ଏବଂ ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନକଲି ଚିକିତ୍ସକ (କ୍ୱାକ୍) ମାନଙ୍କର ସଂଖ୍ୟା ବହୁଗୁଣ ବୃଦ୍ଧିପାଇଛି, ଯାହା ଆଗକୁ ଅନେକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି।ଏଥି ସହିତ ଜିଲ୍ଲାରେ ଥିବା ମୋଟ ୨୦ ଗୋଟି ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସା ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରାଣୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ବେଳେ ପଶୁପାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ ବରଂ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗରେ ଥ‌ିବା ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ନିକଟରେ ପହଂଚି ପାରୁନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରାଣୀ ଚିକିତ୍ସକଙ୍କ ଦାବି ପୂରଣ ନେଇ ସରକାର ସାମାଧାନର ବାଟ ବାହାର କରିବା ଲାଗି ଚିକିତ୍ସକଙ୍କ ସହ କୌଣସି ଆଲୋଚନା କରିବା ସହ ଏହାର ସମାଧାନ ନିମନ୍ତେ ସରକାର ତୁରନ୍ତ ପଦକ୍ଷେପ ନେବାଲାଗି ପ୍ରାଣୀ ଚିକିତ୍ସକମାନେ ଦାବି କରି ଆସୁଛନ୍ତି । ଆନ୍ଦୋଳନରେ ଜିଲ୍ଲାର ୨୭ ଜଣ ପ୍ରାଣୀ ଚିକିତ୍ସକ ସାମିଲ ହୋଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରାଣୀ ସେବା ସଂଘର ସଭାପତି ଡାଃ ଆଶିଷ କୁମାର ଦୋରା, ସମ୍ପାଦକ ଡାଃ ନୀହାର ରଞ୍ଜନ ମିଶ୍ର, ଜିଲ୍ଲା ସଂଯୋଜକ ଡାଃ ରଞ୍ଜିତ୍ ସାମନ୍ତସିଂହାର, କୋଷାଧକ୍ଷ ଡାଃ ସଂଗ୍ରାମ୍‌ କେଶରୀ ସାହୁ, ଜିଲ୍ଲା ମହିଳା ସଂଯୋଜିକା ଡାଃ ଅଳକା ପଟ୍ଟନାୟକ, ଡାଃ ଶ୍ଵେତାଶ୍ରୀ ପାଣୀଗ୍ରାହୀ ସମେତ ସଂଘର ସମସ୍ତ ସଦସ୍ୟ ସାମିଲ ହୋଇଛନ୍ତି । ଏଥୁ ନିମନ୍ତେ ହେଉଥିବା ପଶୁପାଳକମାନଙ୍କ ଅସୁବିଧା ନିମନ୍ତେ ପ୍ରାଣୀ ଚିକିତ୍ସା ସେବା ସଂଘ ଦୁଃଖ ପ୍ରକାଶ କରୁଅଛି ଏବଂ ସମସ୍ତ ଚାଷୀକୂଳ ସଂମୂର୍ଖ ସହଯୋଗ କରିବାକୁ ସଂଘ ନିବେଦନ କରୁଛି ।

ad-week
Leave A Reply

Your email address will not be published.