୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି…

add-all

bjp office

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ ପଦୋନ୍ନତି ଦେଇଛି । ଅନ୍ୟପଟେ ରାଜ୍ୟ ବିଜେପି ଗଣମାଧ୍ୟମ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଳିକଙ୍କୁ ଏଥର ୧୯ ଜଣିଆ ମୁଖପାତ୍ର ଟିମରେ ସ୍ଥାନିତ କରାଯାଇଛି ।

୧୯ ଜଣ ମୁଖପାତ୍ର ହେଲେ-

ସଜ୍ଜନ ଶର୍ମା, ପୀତାମ୍ବର ଆଚାର୍ଯ୍ୟ, ବଳଭଦ୍ର ମାଝୀ, ସୁଦୀପ୍ତ ରାୟ,  ନବଚରଣ ମାଝୀ (ବିଧାୟକ), ମୁକେଶ ମହାଲିଙ୍ଗ (ବିଧାୟକ), ରମାରଞ୍ଜନ ବଳିୟାରସିଂହ, ସତ୍ୟବ୍ରତ ପଣ୍ଡା, ପ୍ରଦୀପ ପୁରୋହିତ, ଦିଲୀପ ମହାନ୍ତି, ଉର୍ମିଳା ମହାପାତ୍ର, ଦିଲୀପ ମଲ୍ଲିକ, ଧୀରେନ ସେନାପତି, ଜ୍ଞାନଦେବ ବେହୁରା, ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଓ ସୋନାଲୀ ସାହୁ ରହିଛନ୍ତି ।

ସେହିପରି ବିଭିନ୍ନ ଟେଲିଭିଜନ ଆଲୋଚନା ପାଇଁ ୧୨ ଜଣ ପ୍ୟାନେଲିଷ୍ଟ ହେଲେ-

ଲକ୍ଷ୍ମଣ ପଣ୍ଡା, କବି ବିଷ୍ଣୁ ଶତପଥୀ, ପ୍ରକାଶ ରଥ, ସ୍ୱାଧୀନ ଶତପଥୀ, ହିତେଶ ମହାପାତ୍ର, ପତଞ୍ଜଳୀ କରଶର୍ମା, ମାନସ ରଞ୍ଜନ ବକ୍ସି, ବିଭୂପଦ ଦାସ, ସରୋଜ ସାମଲ, ଶତରୂପା ମିଶ୍ର, ବିରଜା ମିଶ୍ର ଓ ବ୍ରଜକିଶୋର ମିଶ୍ର ରହିଛନ୍ତି । ଗଣମାଧ୍ୟମ ସଂଯୋଜକ ଭାବେ ସୁଜିତ୍ କୁମାର ଦାସଙ୍କୁ ଦାୟିତ୍ୱ ମିଳିଛି ।

ଅନ୍ୟପଟେ, ବିଭିନ୍ନ ପ୍ରସଙ୍ଗରେ ଅନେକ ସମୟରେ ଦଳ ପାଇଁ ଗଣମାଧ୍ୟମ ଆଗରେ ପକ୍ଷ ରଖୁଥିବା ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ୟାନେଲିଷ୍ଟ ଟିମ୍ ରେ ସ୍ଥାନ ମିଳିନଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.