ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କୃଷକଙ୍କ ସମ୍ମାନ ପାଇଁ ନୂତନକରି ଚଳିତ ମାସ 22ତାରିଖ ଶ୍ରୀରାମଲାଲାଙ୍କ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ଦିନ, ସେହି ପବିତ୍ର ମୁହୁର୍ତ୍ତରେ ଗଢିଉଠିଥିବା ଗାଁ କୃଷକ ସଂଗଠନ ଆରମ୍ବ କରିଛି ତାର କାର୍ଯ୍ୟଧାରା । ରାଜନଗର ବ୍ଲକର ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ଯଦୁଚନ୍ଦ୍ରପୁର (ବେଢୁଆଁକୁହ୍ଲା) ଗ୍ରାମର ବରିଷ୍ଠ କୃଷକ କାଙ୍ଗାଳି ଚରଣ ରାଉଳଙ୍କ ପତ୍ନୀ ଶ୍ରୀମତୀ ରଜନୀ ରାଉଳଙ୍କ ମଙ୍ଗଳ ବାର ଦିନ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ସମୟରେ ଗାଁ କୃଷକ ସଂଗଠନର ଅଜୟ କୁମାର ପାତ୍ର, ସଂଗଠନର ପିତାମହ ଭୀଷ୍ମ ମହେଶ୍ୱର ବେହେରା, କୈଳାଶ ପାତ୍ର, ଅଭିମନ୍ୟୁ ରାଉଳ, ଧରଣୀଧର ସାହୁ, ହେମନ୍ତ ରାଉଳ, ଅଭୟ ଚଣ୍ଡ , ନିତ୍ୟାନନ୍ଦ ରାଉଳ, ପବିତ୍ର କୁମାର ରାଉଳ ପ୍ରମୁଖ ଶୁକ୍ରବାର ଦିନ ଶୋକସନ୍ତପ୍ତ ପରିବାରଙ୍କ ପାଖରେ ପହଞ୍ଚି ଷୋଳ୍ପ ଆର୍ଥିକ ସାହାଯ୍ୟ କରି ସମବେଦନା ଜଣାଇବା ସହ ମୃତ ରଜନୀଙ୍କ ଅମରଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନାକରିଛନ୍ତି ।
