ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

add-all

IMAGE_1706584845

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ଏହିଠାରୁ ବାରମ୍ବାର ଛାତ୍ର ମୃତ୍ୟୁର ଖବର ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।

ମୃତ ନୀଲ ଆଚାର୍ଯ୍ୟ ପର୍ଡୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ। ସେ ନିଖୋଜ ହୋଇଯାଇଥିବା ନେଇ ରବିବାର ସୋଶାଲ ମିଡିଆରେ ସୂଚନା ଦିଆଯାଇଥିଲା। ସୋମବାର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗକୁ ଆଚାର୍ଯ୍ୟାଙ୍କ ମୃତ୍ୟୁ ନେଇ ଏକ ଇମେଲ୍ ଯୋଗେ ସୂଚନା ଦିଆଯାଇଛି।

କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ନିଖୋଜ ନୀଲଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଦୁଃଖ ପ୍ରକାଶ କରିବା ସହ ନୀଳଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ପ୍ରକାଶ ଥାଉ କି, ନିକଟରେ ଜାନୁଆରୀ ୧୫ରେ ଆମେରିକାର ଏକ ଘରୁ ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା। ମୃତ ଦୁଇ ଛାତ୍ର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଆମେରିକା ପାଠ ପଢିବାକୁ ଯାଇଥିଲେ। ଆମେରିକାର କନେକ୍ଟିକଟ ସହରରେ ସେମାନେ ରହୁଥିବା ଭଡା ଘରୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ad-week
Leave A Reply

Your email address will not be published.