ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ

add-all

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଦୋଷରେ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ଆଜି ଏହି ମାମଲା ଉପରେ ବିଚାର କରି ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି।

ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ସମେତ ତାଙ୍କ ଉପାଧ୍ୟକ୍ଷ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସାଇଫର୍ ମାମଲାରେ ଉଭୟଙ୍କୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି ଅଦାଲତ।

ଗତ ବର୍ଷ ମାର୍ଚ୍ଚରେ ୱାଶିଂଟନରେ ପାକିସ୍ତାନର ଦୂତାବାସ ଦ୍ୱାରା ପଠାଯାଇଥିବା ଏକ ଗୁପ୍ତ କୂଟନୈତିକ ତଥ୍ୟ (ସାଇଫର) ଲିକ୍ କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ସାଇଫର ବା କୂଟନୈତିକ ତଥ୍ୟ ହେଉଛି ଏକ ସମ୍ବାଦ, ଯାହା ବିଦେଶୀ ମିଶନ ଦ୍ୱାରା ଦେଶକୁ ପଠାଯାଇଥାଏ। ଏଥିରେ ସମସ୍ତ ପ୍ରକାରର ବାର୍ତ୍ତାଳାପ ବିଷୟରେ ସୂଚନା ଥାଏ। ଏହି ସୂଚନାକୁ ଇମ୍ରାନ ଲିକ୍ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଇମ୍ରାନଙ୍କ ବିରୁଦ୍ଧରେ ଏହା ଗୋଟିଏ ମାମଲା ନୁହେଁ। ତୋଷଖାନା ମାମଲାରେ ଇସଲାମାବାଦ କୋର୍ଟ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅଗଷ୍ଟ ୫, ୨୦୨୩ରେ ଜେଲ ଯାଇଥିଲେ ଇମ୍ରାନ। ପରେ ଇସଲାମାବାଦ ହାଇକୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ, କିନ୍ତୁ ପରେ ତାଙ୍କୁ ସିଫର ମାମଲାରେ ଗିରଫ କରାଯାଇଥିଲା। ପୁଲିସ ତାଙ୍କୁ ରିମାଣ୍ଡରେ ନେଇ ଅଟ୍ଟୋକ ଜେଲରେ ରଖିଥିଲା।

ad-week
Leave A Reply

Your email address will not be published.