ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

add-all

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରାଯାଇଛି । ମିନାକ୍ଷୀ ବାହିନୀପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ପଦରେ ନିଯୁକ୍ତ କରାଯାଇଛି।

ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ତାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ମିନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷା ଭାବେ ୨ ଥର ନିର୍ବାଚିତ ହୋଇଥିଲେ।ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ୨୦୧୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ମିନାକ୍ଷୀ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହଧର୍ମିଣୀ।

ad-week
Leave A Reply

Your email address will not be published.