କେନାଲରୁ ଜେଇଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା…!! ଅପରାଧଓଡିଶା By nisarta Last updated Feb 2, 2024 241 0 କଳାହାଣ୍ଡି : ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ ଭାସୁଛି। ହତ୍ୟା ନା ଆତ୍ମହତ୍ୟା ସନ୍ଦେହ । ମୃତକ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ ହୋଇଥିବା ବେଳେ ସେ ଗତକାଲି କାର୍ଯ୍ୟକୁ ଆସି ଘରକୁ ଫେରି ନଥିବା ଜଣାପଡିଛି। ଆଜି ୧୦ ଟା ସମୟରେ କେନାଲରେ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କେନାଲ ନିକଟରେ ତାଙ୍କ ବାଇକ ସହ ବାଇକ ଭାଇଜରରେ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ରହିଛି। ସେ କୁସୁମଖୁଣ୍ଟି ଡିଭିଜନରେ କାମ କରୁଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । Post navigation 0 241 Share
କଳାହାଣ୍ଡି : ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ ସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ ଭାସୁଛି। ହତ୍ୟା ନା ଆତ୍ମହତ୍ୟା ସନ୍ଦେହ । ମୃତକ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତ ହୋଇଥିବା ବେଳେ ସେ ଗତକାଲି କାର୍ଯ୍ୟକୁ ଆସି ଘରକୁ ଫେରି ନଥିବା ଜଣାପଡିଛି। ଆଜି ୧୦ ଟା ସମୟରେ କେନାଲରେ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କେନାଲ ନିକଟରେ ତାଙ୍କ ବାଇକ ସହ ବାଇକ ଭାଇଜରରେ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ରହିଛି। ସେ କୁସୁମଖୁଣ୍ଟି ଡିଭିଜନରେ କାମ କରୁଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । Post navigation