ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଉପଜିଲାପାଳ

add-all

ଦାରିଙ୍ଗବାଡ଼ି,୨ା୨ : କନ୍ଧମାଳ ଜିଲା ବାଲିଗୁଡ଼ା ଉପ ଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟକୁ ବୁଲିଦେଖିଛନ୍ତି। ଏଥିସହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ
ଡ. ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ହୋଇଥିବା ଷ୍ଟ୍ରବେରୀ ଚାଷଜମିକୁ ବୁଲି ଦେଖିବା ସହ ଏହି ଚାଷ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀ ରତିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଉପଜିଲାପାଳ କାର୍ଯ୍ୟରେ ଯୋଗଦେବା ପରେ ଏହା ଦାରିଙ୍ଗବାଡ଼ି ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ଉପ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ତାଙ୍କ ସହିତ ବିଡିଓ ଗଦାଧର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.