ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ

add-all

ଫୁଲବାଣୀ : ଚଳିତ ବର୍ଷ ଫେବୃଆରୀ ୩ ତାରିଖରୁ ତାର ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ । ତା.୦୩.୦୨. ୨୦୨୪ ରିଖ ପୂର୍ବାହ୍ନ ଘ.୧୧.୦୦ମି. ସମୟରେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଆମର ଭାଷା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ଉଦ୍ଦେଶ୍ୟ ରେ ସେହି ଦିନ ସେହି ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଓଡ଼ିଆ ଆ କବି ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋ ହାଇଯାଇଛି । ଏହି ସମ୍ମଳନୀରେ ୧୯ ଜଣ ମିଶନ ଶକ୍ତି ସଦସ୍ୟା କବିତା ପାଠ କରିଥଲେ । ସେମାନଙ୍କୁ ଅତିଥି ମାନଙ୍କ ଦ୍ବାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରୀମତୀ ବିଦୁଲତା ବେହେରା (ସୁରଭୀ ସ୍ବୟଂ ସହାୟିକା ଗୋଷ୍ଠୀ), ଶ୍ରୀମତୀ ଆରତୀ ପରିଛା(ଝାନ୍‌ସୀରାଣୀ ସ୍ବୟଂ ସହାୟିକା ଗୋଷ୍ଠୀ) ଓ ଶ୍ରୀମତୀ ପ୍ରତିମା ନାୟକ ପ୍ରକ (ହଳଦିଆସିନି ଦ୍ୱୟଂ ସହାୟିକା ଗୋଷ୍ଠୀ)କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧୁକାର କରିଥିବାରୁ ଅତିଥୁମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଉକ୍ତ ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜବାଳା ଆଚାର୍ଯ୍ୟ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ ସନ୍ତୋଷ କୁମାର ରଥ, ସହକାରୀ ପ୍ରଫେସର, ସରକାରୀ ସ୍ବୟଂଚାଳିତ ମହାବିଦ୍ୟାଳୟ ଡଃ. ଚନ୍ଦ୍ରଶେଖର ଦାସ, ସରକାରୀ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଯୁଧୁଷ୍ଠିର ମହାନ୍ତି, ବ୍ଲକ ପ୍ରକଳ୍ପ ସଂଯୋଜକ, ଫୁଲବାଣୀ ଦିପ୍ତିରାଣୀ ପଟ୍ଟନାୟକ, ବ୍ଳକ ପ୍ରକଳ୍ପ ପରିଚାଳକ, ଫୁଲବାଣୀ ସୁଶାନ୍ତ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.