ସୋନପୁରରୁ ଗଡ଼ିଲା ଟ୍ରେନ୍‌

add-all

ସୋନପୁର : ସୋନପୁର ଜିଲ୍ଲା ପାଇଁ ଖୁସି ଖବର। ଆଜି ସୋନପୁର ସହରରୁ ଗଡ଼ିଲା ପ୍ରଥମ ଟ୍ରେନ। ସୋନପୁରରୁ ବଲାଙ୍ଗିର ଦେଇ ପୁରୀକୁ ଗଡ଼ିଲା ପ୍ରଥମ ଏକ୍ସପ୍ରେସ। ଏହା ଏକ ସାପ୍ତାହିକ ଏକ୍ସପ୍ରେସ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସୋନପୁର ରେଲୱେ ଷ୍ଟେସନ ଓ ଏହି ସ୍ୱତନ୍ତ୍ର ଟ୍ରେନର ଉଦ୍‌ଘାଟନ କରିଥିଲେ। ତା’ପରେ ବଲାଙ୍ଗିର-ଖୋର୍ଦ୍ଧା ନୂଆ ରେଳପଥରେ ପଚାଶ କିଲୋମିଟର ଅତିକ୍ରମ କରି ସୋନପୁରରୁ ବଲାଙ୍ଗିରକୁ ଆସିଥିଲା ଟ୍ରେନ। ଏଠାରୁ ଏହା ପୁରୀ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଥିଲା। ଏହା ସହିତ ବଲାଙ୍ଗିର ଓ ସୋନପୁର ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ଏହି ଟ୍ରେନ। ସେହିପରି ପ୍ରଥମ ଥର ପାଇଁ ସୋନପୁରବାସୀ ଟ୍ରେନରେ ସିଧାସଳଖ ପୁରୀ ଯିବାର ସୁଯୋଗ ପାଇଛନ୍ତି। ଏହାକୁ ନେଇ ଅତ୍ୟନ୍ତ ଖୁସି ହୋଇଛନ୍ତି ବଲାଙ୍ଗିର ଓ ସୋନପୁରବାସୀ।
ଅନ୍ୟପକ୍ଷରେ ଏହି ସ୍ୱତନ୍ତ୍ର ଟ୍ରେନରେ ଲୋକ ପାଇଲଟଙ୍କଠାରୁ ଆରମ୍ଭ କରି ସମସ୍ତ ପୋଷ୍ଟରେ ମହିଳା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି ଏହି ଟ୍ରେନ୍‌।

ad-week
Leave A Reply

Your email address will not be published.