ପଞ୍ଚାୟତସମିତି ସ୍ତରୀୟ ଜନଜାତି ସଂସ୍କୃତି ପ୍ରଗତି ଓଡ଼ିଶାସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଦାରିଙ୍ଗବାଡ଼ି, ୬/୨ : ଜନଜାତି ସଂସ୍କୃତି ପ୍ରଗତି ସଶକ୍ତି ଓଡିଶା ସାଥି ୨୦୨୪ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟା ରଞ୍ଜିତା ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଳିକ, କୁଇ କୁଳ ସମିତି ସମ୍ପାଦକ ସୁକଦେଵ ପ୍ରଧାନ, ଆଇଟିଡ଼ିଏ ବାଲିଗୁଡ଼ା ସମିରନ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାର ଆଦିବାସୀମାନଙ୍କର ବିକାଶ ପାଇଁ କରୁଥିବା ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ଗୁରୁତ୍ବାରୋପ କରିଥିଲେ। ବିଶେଷ କରି ଆଦିବାସୀ ଲୋକମାନେ କିପରି ସରକାରଙ୍କ ଆଦିବାସୀ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜ ନିଜ ପ୍ରତିଭାର ବିକାଶ କରିବେ ତାହା ଉପରେ ମତବ୍ୟକ୍ତି କରିଥିଲେ।
ଏହି ଅବସରରେ ବିଭିନ୍ନ ପଞ୍ଚାୟତର ନୃତ୍ୟ, ଗୀତ, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଖାଇବା ପ୍ରତିଭାମାନଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜାର୍ଗୀସରୁ କୁଇକଳା ପରିଷଦ ଦାରିଙ୍ଗବାଡ଼ି, ସାମାଜାଡ଼ା କୁଇ ଲୋକ ନୃତ୍ୟ ବାଞ୍ଜାମାହା, ସହିଦ ଲକ୍ଷଣ ନାୟକ କ୍ଳବ କଟାବାଡ଼ି ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାରିଙ୍ଗବାଡ଼ିର ନୃତ୍ୟଦଳ ସେମାନଙ୍କର ପାରମ୍ପାରିକ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଟିକୁ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିବା ବେଳେ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.