ବିଧାନସଭାରେ ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲା ବିଜେପି

add-all

Mohan-Majhi-e1688041422677

ଭୁବନେଣ୍ବର: ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ।
ସେହିଭଳି ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରାଇଛନ୍ତି। ଉଷୁନା ଚାଉଳ ଅର୍ପଣ ରଥରୁ ମିଳିଲା। ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି ଉଷୁନା ଚାଉଳ ମିଳିଛି। ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି? ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି। କେତେ ଅର୍ଥ ସଂଗ୍ରହ ହେଲା, ତାର ହିସାବ ନାହିଁ । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ। ଗଜପତି ମହାରାଜ ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ। ମୁଖ୍ୟମନ୍ତ୍ରୀ ଗତକାଲି ଏବାବଦରେ ପଦୁଟିଏ କହିଲେନି। ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।

ad-week
Leave A Reply

Your email address will not be published.