ଝାରସୁଗୁଡ଼ାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

add-all

4d313d14-d353-423f-a27d-69e19706336c-750x430

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଛନ୍ତି। ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ। ପ୍ରାୟ ଦୁଇ କିଲୋମିଟର ଯାତ୍ରା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ। ଏହି ଯାତ୍ରାରେ ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, କୁମାର କହ୍ନେୟା, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ରମେଶ ଜେନା, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜା ଏବଂ ଜିଲ୍ଲା କଂଗ୍ରେସ ସଭାପତି ସିୟାରାମ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଏହାପରେ ରାହୁଲ ଗାନ୍ଧୀ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ ନେବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ ।ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ। ସକାଳେ ସେ ବେଲପାହାଡ଼ରେ ଜନସଭାକୁ ସମ୍ବୋଧନ କରିଥିଲେ ରାହୁଲ।

 

ad-week
Leave A Reply

Your email address will not be published.