ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନକ୍ଷେତ୍ର ପାଇଁ ନିର୍ମଳ ଭାବମୂର୍ତ୍ତି ବ୍ୟକ୍ତିଙ୍କୁ ଖୋଜା ଚାଲିଛି..

ହର–ବୈଦ୍ୟ ପାଇଁ ବଢ଼ିପାରେ ଅଡୁଆ …!


ବ୍ରହ୍ମପୁର : ଗୋଷ୍ଠୀ କନ୍ଦଳ ଭିତରେ ରୋଚକ ସ୍ଥିତି ରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ। ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଗୋଷ୍ଟି କନ୍ଦଳ କୁ ବାଦ ଦେବା ପାଇଁ ନୂଆ ମୁହଁଙ୍କୁ ଖୋଜା ଚାଲିଛି। ନିର୍ମଳ ଭାବମୂର୍ତ୍ତି ଥିବା ଲୋକ ସମ୍ପର୍କ ଥିବା ବ୍ୟକ୍ତି ବିଶେଷ ଙ୍କୁ ନୂଆ ପ୍ରାର୍ଥୀ କରିବା ପାଇଁ ଶାସକ ଦଳ ସର୍ଭେ ଆରମ୍ଭ କରିଥିବା ଚର୍ଚ୍ଚା ହେଲାଣି। ଖଲ୍ଲିକୋଟ ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ବ୍ଲକ ଅଧକ୍ଷ ଙ୍କ ଦବଦବା ଶାସକ ଦଳରେ ଗୋଷ୍ଟି କନ୍ଦଳଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏପଟେ ରାଣୀମା ଙ୍କ ନିକଟରେ ଉଭେୟ ସ୍ୱମୀ ସ୍ତ୍ରୀ ଙ୍କ ସୁସମ୍ପର୍କ ସେତେ ଭଲ ନାହିଁ ବୋଲି ଅନ୍ୟ ଆଶାୟୀ କହୁଛନ୍ତି। ନିର୍ବାଚିତ ହେବା ପରେ ରାଣୀ ମାଙ୍କ ଠାରୁ ଦୁରେଇ ରହିବା ଓ ଦୁର୍ନୀତି ରେ ଲିପ୍ତ ସାଙ୍ଗକୁ ହତ୍ୟା ଭଳି ସଙ୍ଗିନ ମାମଲା ଥାନା ରେ ବିଚାରଧିନ ରହିଛି।ଏଥି ସକାଶେ ଏବେ ନୂଆ ମୁହଁ ସନ୍ଧାନ ରେ ଦଳ ରହିଛି ବୋଲି ଚର୍ଚ୍ଚା ହେଉଛି। ସେହିପରି କବିସୂର୍ଯ୍ୟନଗର ରେ ଲତିକା ଙ୍କୁ ମାତ ଦେବାକୁ ଅଣ୍ଟା ଭିଡ଼ିଥିବା ହର ବାବୁଙ୍କ ସାର୍ଟିଫିକେଟ କୁଆଡ଼େ ଭୁବନେଶ୍ୱର ରେ ମାର୍କ ମିଳିବାରେ ଟିକେ ପଛରେ ରହିଯାଇଥିବା ଯୋଗୁଁ ହର ଏବେ କୁଆଡ଼େ ଯିବେ ବୋଲି ଚାରିଆଡ଼େ ଚର୍ଚ୍ଚା ହେଲାଣି। ହରଙ୍କ ସହ ଦୁଇ ବିଧାୟିକା ଙ୍କ ଭଲ ସମ୍ପର୍କ ନାହିଁ। ଆସିକା, ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ରେ ନୂଆ ମୁହଁ ସନ୍ଧାନ ରେ ଶାସକ ଦଳ ଥିବା ଯୋଗୁଁ ଦିନକୁ ଦିନ ଆଶାୟୀ ଙ୍କ ସଂଖ୍ୟା ବଢ଼ିବା ରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ରୁ ଦଳସହ ରହିଆସିଥିବା ହର ଏବେ ଯିବେ କୁଆଡ଼େ ରାଣୀମା ଙ୍କ ଆଶୀର୍ବାଦ ରୁ ନିର୍ବଚନ ବୈତରଣୀ ପାର କରିଥିବା ବୈଦ୍ୟ ଏବେ କୁଆଡ଼େ ଯିବେ ବୋଲି ରାଜନୈତିକ ପଣ୍ଡିତ ମାନେ ଅଙ୍କକଷା ଆରମ୍ଭ କରିଦେଲେଣି।

ad-week
Leave A Reply

Your email address will not be published.