୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ଗୁରୁତର…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ବରସାହି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ମିରିଗିସୁଗା ର ଅନୀଲ କୁମାର କହଁର। ଡାକ୍ତରଖାନା ସୂତ୍ରରୁ ପ୍ରକାଶ, ବରସାହି ଗ୍ରାମରେ ଏକ ଘର ଉପରେ ଅନିଲ ଛାତ ପଡ଼ିବା ନେଇ ରଡ୍ ବାଇଣ୍ଡିଂ କାମ କରୁ ଥିଲେ। ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ରଡ଼ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା। ପାଖରେ ଥିବା ଘର ମାଲିକଙ୍କୁ ମଧ୍ୟ ଆଘାତ ଲାଗିବାରୁ ସେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ବସ୍ତି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ଶୀଘ୍ର ସ୍ଥାନାନ୍ତରିତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.