ଫୁଲବାଣୀ :କନ୍ଧମାଳ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ୧୦/୦୨/୨୦୨୪ ଠାରୁ ୧୯/୨/୨୦୨୪ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନର ଶୁଭାରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଫାଇଲେରିଆ ମୁକ୍ତ ଅଭିଯାନ ପ୍ରଚାର ପ୍ରସାର ପାଇଁ ଏକ ଭ୍ରାମ୍ୟମାଣ ରଥ କୁ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲ ପତକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ l ଏହି ରଥରେ ଫାଇଲେରିଆ ନିରାକରଣ ର ବିଭିନ୍ନ ପୋଷ୍ଟର ଲାଗିଥିବା ସହିତ ଜନସଚେତନ ର ବାର୍ତ୍ତା ସଂଗୀତ ଶୁଣିବାକୁ ମିଳିଥିଲା ଜିଏନ ଏମ ଟ୍ରେନିଙ୍ଗ ସେଣ୍ଟର ରେ ଏକ ସଭା ର ଆୟୋଜନ କରାଯାଇଥିଲା l ଏଥିରେ କନ୍ଧମାଳ ଜିଲ୍ଲା ପାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ lପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲାର ଜନସାଧାରଣ ଙ୍କ ପାଖରେ ସ୍ଵାଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ସେଚ୍ଛା ସେବୀ ମାନେ ପହଞ୍ଚି ସାମୂହିକ ଭାବେ ଔଷଧ ସେବନକରେଇ ପାରିଲେ କନ୍ଧମାଳ ଜିଲ୍ଲା ରେ ଫାଇଲେରିଆ ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ l ସବୁ ସ୍ତର ରେ ବ୍ୟାପକ ଅଧିକାରୀ ସୁପରଭାଇଜର ମାନେ ନିୟୋଜିତ ଅଛନ୍ତି l ସେମାନେ ନିଷ୍ଠା ର ସହ କାର୍ଯ୍ୟ କରୁଥିବା କଥା ମୁଖ୍ୟ ଚିକିତ୍ସାଲୟର ଅଧିକାର ଶ୍ରୀ ମନୋଜ କୁମାର ଉପାଧ୍ୟାୟ ବକ୍ତବ୍ୟ ରେ କହିଥିଲେ ୧୦ ରୁ ୧୫ ମଧ୍ୟରେ ଫାଇଲେରିଆ ଜୀବାଣୁ ଦେହରେ ରହିଥାଏ ଏହା ସହଜରେ ଜଣାପଡ଼େନାହିଁ l ତେଣୁ ପ୍ରତେକ ବ୍ୟକ୍ତିଙ୍କ ପେଟକୁ ଔଷଧ ପଶିବା ଆବଶ୍ୟକତା ରହିଛି ବୋଲି ଏନ ଭି ବି ଡି ସି ପି ଡାଃ ସ୍ୱାତୀ କୁମାରୀ କହିଥିଲେ l ଦୁଇ ଦିନ ପୂର୍ଵରୁ କେନ୍ଦ୍ରୀୟ ଦଳ ଆସି ପରିଭ୍ରମଣର କରି ସମସ୍ତ ପ୍ରସ୍ତୁତି ଦେଖୀ ଖୁସି ବ୍ୟକ୍ତ କରିଥିବା ମଧ୍ୟ ଦେଖିବାକୁ ମିଳିଛି l
