କୋଇଲା ଚୋରି ଘଟଣା ରେ ତିନି ଅଭିଯୁକ୍ତ ଗିରଫ, ମାଷ୍ଟର ମାଇଣ୍ଡ ଫେରାର୍…

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିନ୍ଦମ୍ ପ୍ଳାଣ୍ଟ ରୁ କୋଇଲା ଚୋରି ଘଟଣାରେ ବୀରମିତ୍ରପୁର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! ସୂଚନା ଅନୁଯାୟୀ ବୀରମିତ୍ରପୁର ଥାନା ଅଧୀନରେ ଥିବା ଗୋବିନ୍ଦମ ପ୍ଳାଣ୍ଟ ରୁ ଚଳିତ ମାସ ୭ ତାରିଖ ଦିନ କୁଲଡା ମାଇନ୍ସ ରୁ ଏକ ଟ୍ରକ୍ ନଂ ସିଜି ୧୨ ଏଟି ୩୯୮୦ ଯୋଗେ ୩୧ ଟନ କୋଇଲା ବୋଝେଇ ଗାଡି କମ୍ପାନୀ କୁ ପହଁଚିବାର ଥିଲା କିନ୍ତୁ ଉକ୍ତ କୋଇଲା ବୋଝେଇ ଟ୍ରକ୍ ଟି କମ୍ପାନୀକୁ ନ ଆସିବାରୁ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଚୋରି ହୋଇଥିବା ସନ୍ଦେହ ହେବାରୁ ଗତ ୯ ତାରିଖ ଦିନ ବୀରମିତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ବୀରମିତ୍ରପୁର ପୁଲିସ ଆଜି ବୀରମିତ୍ରପୁର ପୁଲିସ ଏସ ଆଇ ନିରୁପମା ମହାପାତ୍ର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀ ମୁଆଇନା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ! କୋଇଲା ର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କାର ବିଲି ଜଣାପଡିଛି ! ଗିରଫ ତିନି ଜଣ ହେଲେ ରାଉରକେଲା ଛେଣ୍ଡ କଲୋନୀ ଅଂଚଳର ର ଅମିତ୍ କୁମାର ସିଂ ୩୪ ବର୍ଷ ୱେବବ୍ରିଜ ର ଇଞ୍ଚାର୍ଜ, ରାଉରକେଲା ପ୍ଳାଣ୍ଟ ସାଇଡ ଥାନା ଅଂଚଳର ମନିଷ କୁମାର ରାଜକ୍ ୨୬ ବର୍ଷ Account ଭାବେ କାର୍ଯ୍ୟ କରୁଥିବା ବେଳେ ରାଉରକେଲା ନାଲା ରୋଡ ଅଞ୍ଚଳର ୱାସିମ୍ ରଜା ୨୬ ବର୍ଷ ୱେବ ବ୍ରିଜର ଅପ୍ରେଟର ବାଲି ଜଣା ପଡିଛି ! ଏମାନଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ଏମ୍ ଡି ଇମତିଆଜ ଫେରାର୍ ହୋଇଥିବା ଜଣାପଡ଼ିଛି ! ବୀରମିତ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ! ଅତି ଶୀଘ୍ର ଘଟଣା ର ମୁଖ୍ୟ ଅଭିଯୁକ୍ତ ଗିରଫ ହେବ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ l

ad-week
Leave A Reply

Your email address will not be published.