ଚାଷ ପାଇଁ ନିର୍ମାଣ ହୋଇଥିବା ପାଣିକୁଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ

add-all

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆଗୁଡ଼ା ଗ୍ରାମରେ ଜଣେ ଯୁବକ ପାଣି କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ ତହରାକାରିଆଗୁଡ଼ା ଗ୍ରାମର ସାତିମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀ(୨୪) ସବୁ ଦିନ ଭଳି ଆଜି ମଧ୍ୟ ଦିନ ୧୧ଟାରେ ନିଜ ଜମିରେ କାମ ସାରି ଘର ନିକଟରେ ଥିବା ପାଣି କୁଣ୍ଡରେ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ଗାଧୋଇବା ସମୟରେ ସୁରେନ୍ଦ୍ର ପାଣିରେ ବୁଡ଼ି ଯାଇଥିଲେ। ପହଁରା ଜାଣିନଥିବା ଯୋଗୁଁ ପାଣି ବୁଡ଼ି ମୃତ୍ୟୁ ହୋଇଥିଲା। କିଛି ସମୟ ପରେ ମୃତ ସୁରେନ୍ଦ୍ରଙ୍କ ଦାଦା କୁଲୁବୁଟୁ ମାଝୀ ସେହି ପାଣି କୁଣ୍ଡରେ ଗାଧୋଇବା ପାଇଁ ଯାଇଥିବା ବେଳେ ସୁରେନ୍ଦ୍ର କୁଣ୍ଡ ପାଣିରେ ଭାସୁଥିବା ଦେଖି ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ପାଣି କୁଣ୍ଡରୁ ସୁରେନ୍ଦ୍ରର ମୃତ ଶରୀରକୁ ଉଦ୍ଧାର କରିଥିଲେ। ପରେ ମୃତ ସୁରେନ୍ଦ୍ରର ଦାଦା ପିତମ ମାଝୀ ଝରିଗାଁ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶୋବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଚାଷ କରିବା ପାଇଁ ପାଣି କୁଣ୍ଡ ନିର୍ମାଣ ହୋଇଥିବା ବେଳେ କୁଣ୍ଡର ଗଭୀର ପ୍ରାୟ ୧୫ ଫୁଟ ହେବ।

ad-week
Leave A Reply

Your email address will not be published.