ରାଜ ଶ୍ମଶାନରେ ଜଳିଲା ରାଣୀ ମାତାଙ୍କର ଜୁଇ

add-all

ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ।

ଲୁହରେ ସତେ ଯେମିତି ଆଜି ଭାସିଛି ଖଲିକୋଟ। ରାଷ୍ଟ୍ରୀୟ ମର୍ଯ୍ୟଦାରେ ରାଣୀ ମାଆଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଉଥିବା ବେଳେ ଶୋକାକୁଳ ହୋଇପଡ଼ିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। କିଏ ନିଜ ପ୍ରିୟର ରାଣୀ ମାଆଙ୍କୁ ହରାଇଛି, କିଏ ନିଜ ନେତା ତ ପୁଣି କିଏ ନିଜ ଅଞ୍ଚଳର ଗୌରବକୁ ହରାଇ ଥିବାରୁ ଏବେ ମୀୟମାଣ ହୋଇପଡ଼ିଛନ୍ତି।

ସୁଜ୍ଞାନଙ୍କ ମରଶରୀରକୁ ରମ୍ଭା ପ୍ୟାଲେସରୁ ଆଜି ଖଲିକୋଟ ସହରରେ ପରିକ୍ରମା କରାଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଲୋକେ ଶେଷ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ୧୦ ଥରର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ସହ ଖଲିକୋଟର ମର୍ଦ୍ଦରାଜ ପରିବାରର ଯବନୀକା ପଡ଼ିଛି।

ad-week
Leave A Reply

Your email address will not be published.