ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ନିଜ ବେକ କାଟିଲେ ଗିରଫ ଯୁବକ

add-all

ମୟୂରଭଞ୍ଜ   : ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ବେକ ନିଜେ କାଟିଲେ ଗିରଫ ଯୁବକ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ଅଭାବନୀୟ ଘଟଣା ଘଟିଛି। ପରେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ପରିସରରେ ଦେଖାଦେଇଛି ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ଷ୍ଟେସନ ବଜାର ଅଞ୍ଚଳର ଏକ ଦୋକାନରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ରିଙ୍କୁ ଜେନାକୁ ଗିରଫ କରିଥିଲା ପୋଲିସ। ରିଙ୍କୁଙ୍କ ମାଆ ଥାନାକୁ ଆସି ପୁଅ ଚୋର ନୁହେଁ ବୋଲି କହିଥିଲେ। ଏହାସହ ପୁଅକୁ ଛାଡିଦେବାକୁ ନିବେଦନ କରିଥିଲେ। ମା ନିବେଦନ କରୁଥିବାର ଦେଖି ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟିଦେଇଥିଲେ ରିଙ୍କୁ । ତାଙ୍କୁ ତୁରନ୍ତ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା।

ad-week
Leave A Reply

Your email address will not be published.