ଭୁବନେଶ୍ୱର : ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ “ରେଲା ପାଣ୍ଡୁମ” ସାଂସ୍କୃତିକ ମହୋତ୍ସବ ଜାତୀୟ ସ୍ତରରେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମା ରାଜୁ ଜିଲ୍ଲା ଅନ୍ତର୍ଗତ ଚିନ୍ତୁରୁ ମଣ୍ଡଳ ସଦରରେ ତା-୧୧/୦୨/୨୦୨୪ ରିଖ ବିଳମ୍ବିତ ରାତ୍ରରେ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବ ଏ ମହୋତ୍ସବରେ ଉଦଯାପନୀ ଦିବସରେ ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ (ପାପ) ସଂଗଠନର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ। ସମସ୍ଥ ନୀତି ନିୟମକୁ ଉଲ୍ଲଂଘନ କରି ଆନ୍ଧ୍ରରେ ନିର୍ମାଣାଧୀନ ବିବାଦୀୟ ଇନ୍ଦିରା ସାଗର ପୋଲାଭରମ ପ୍ରଜେକ୍ଟକୁ ବିରୋଧ କରିବାକୁ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଶ୍ରୀ ହନ୍ତାଳ ଅପିଲ କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଦିବାସୀମାନଙ୍କ ହିତ ସକାଶେ ଉକ୍ତ ପ୍ରକଳ୍ପକୁ ବିରୋଧ ଜାରି ରଖିଥିବା ସେ ବକ୍ରବ୍ୟଇ ରଖିଥିଲେ। ଏ ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଅଂଶ ଗ୍ରହଣ କରି ସେମାନଙ୍କ ପାରମ୍ପାରିକ କଳାନୃତ୍ୟ ପରିବେଷଣ କରିଥିଲେ। ଓଡିଶା ମାଲକାନଗିରିରୁ ମଧ୍ୟ ଦ୍ଵିତୀୟ ଦିନ ସନ୍ଧ୍ୟାରେ ବଣ୍ଡା, ଦୁରୁଆ ଓ ଢେମସା ନୃତ୍ୟ କଳାକାରମାନେ ପରିବେଷଣ କରିଥିଲେ।
ପ୍ରକାଶ ଥାଉକି, ପୋଲାଭରମ ପ୍ରକଳ୍ପ ଦ୍ବାରା ଆଦିବାସୀମାନେ ବିସ୍ଥାପିତ ହେବାଦ୍ୱାରା ସେମାନଙ୍କ କଳା ଓ ସଂସ୍କୃତି ଲୋପ ପାଇବାକୁ ବସୁଛି। ଧନ ଓ ଜୀବନ ନଷ୍ଟ ହେବାସହ ପରିବେଶ ଓ ଜୈବ ବିଭିଧାତା ନଷ୍ଟ ହେଉଛି। ତେଣୁ ବିନା ଜନଶୁଣାଣୀରେ ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ପ୍ରାୟ ଦୁଇ ଦଶନ୍ଧି ଧରି ସୁଦୂର କୋରାପୁଟ ଜିଲ୍ଲାରୁ ଏଠାକୁ ଆସି ଓଡିଶା ସମେତ ଆନ୍ଧ୍ର, ଛତିଶଗଡ଼ ଓ ରେଲେଙ୍ଗାନାରେ ପ୍ରକଳ୍ପ ବିରୋଧରେ ଜନ ସଚେତନତା ସୃଷ୍ଟି କରୁଥିବାରୁ ଗତକାଲି ରାତ୍ରରେ ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଶ୍ରୀ ହନ୍ତାଳଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀଯ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାୟ ପଚିଶି ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତ ଉଦଯାପନୀ ଦିବସରେ ସମ୍ବର୍ଦ୍ଧନା ସମୟରେ ସଂଗଠନର ସଭାପତି ସୁନ୍ନମ ଭେଙ୍କଟରମଣ, ସମ୍ପାଦକ ପୁଲି ବିରାୟା, ଲୋକ ସମ୍ପର୍କ ସମ୍ପାଦକ ସୋଡି ମୁରଲୀ, ସମାଜସେବୀ ଡ଼ଃ. ହାନିଫ, ମହିଳା ସମ୍ପାଦିକା ମିଡ଼ିଆମୀ ରାମାଣାମ୍ମାଙ୍କ ସମେତ ବରିଷ୍ଠ ସଦସ୍ୟ ଦାରଲା ନାଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ।
