ଆସିକା ସହର ମୁଖ୍ୟ ରାସ୍ତା ପାଲଟିଛି ମରଣ ଯନ୍ତା…

ସହର ଉନ୍ନତି କରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କାହା ସ୍ୱାର୍ଥ ରେ……


ବ୍ରହ୍ମପୁର: ୧୨-୨ ରାଜ୍ୟ ସରକାରଙ୍କ ପକ୍ଷରୁ ସହରର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆସିକା ସହରରେ ଥିବା ବିନାୟକ ବଜାରରେ ଏହି ରାସ୍ତା ଦେଇ ଯାଇଥିବା ନାଳଦୀର୍ଘ ଦିନ ହେଲା ଭାଙ୍ଗି ଯାଇଛି। ଏହି ରାସ୍ତା ସହର ର ମୁଖ୍ୟ ହୋଇଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଲାଗିରହୁଛି। ଏହି ରାସ୍ତା ଦେଇ ଦୈନିକ ସହ ସହ ବାଇକ ମୋଟର ଗାଡ଼ି ଯାତାୟାତ ହେଉଛି। ରାତ୍ର ସମୟରେ ନୂଆ ଲୋକ ଏହି ରାସ୍ତା ଦେଇ ଆସିବା ବେଳେ ଛୋଟ ମୋଟ ଦୁର୍ଘଟଣା ର ଶିକାର ହେଉଛନ୍ତି। ସହର କୁ ସୌନ୍ଦର୍ଯ୍ୟ କରଣ ନାମରେ କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି। ନିର୍ମାଣ ହେବାର ଏକ ସପ୍ତାହ ମଧ୍ୟରେ କେଉଁଠି ଭୁଶୁଡ଼ି ଗଲାଣିତ କେଉଁଠି ରାସ୍ତା ଦବି ଯାଉଥିବାର ନଜିର ରହିଛି। ହେଲେ ସାମାନ୍ୟ ନାଳ ନିର୍ମାଣ ପାଇଁ ଲୋକେ ଗୁହାରି କରିଲେ ହାରି ଗୁହାରି ଶୁଣିବାକୁ କେହି ନାହିଁ ବୋଲି ସୋସିଆଲ ମିଡ଼ିଆରେ ବିଭିନ୍ନ ଲୋକେ ଏହି ଫୋଟ ଭାଇରଲ କରୁଥିବା ଦେଖିବକୁ ମିଳୁଛି।

ad-week
Leave A Reply

Your email address will not be published.