ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠା : ୨୪ ପ୍ରହର ପଞ୍ଚମହା ଯଜ୍ଞ ଆରମ୍ଭ

add-all

ଦାରିଙ୍ଗବାଡ଼ି,୧୨/୨ : ଦାରିଙ୍ଗବାଡ଼ି ମା’ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠାରେ ୨୪ ପ୍ରହର ପଞ୍ଚମହା ଯଜ୍ଞ, ରବିବାର କଳସ ଶୋଭାଯାତ୍ରାର ଆରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଶୁଭଲଗ୍ନେ ଦାରିଙ୍ଗବାଡ଼ି ସ୍ଥିତ ଲୋହରା ସାହିରେ ସପ୍ନାଦେଶ ହୋଇ ବିଜେ ହୋଇଥିବା କରୁଣାମୟୀ, କୃପାମୟୀ ମାଁ ମହାମାୟୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୪ ପ୍ରହର ପଞ୍ଚ ମହାଯଜ୍ଞ ସଂପୂର୍ଣ ବୈଦିକ ରିତିରେ ଅନୁଷ୍ଠିତ ହେବ। ରବିବାର ଦିନ ମହିଳା ମାନେ କଳସ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ନୂତନ ଭାବେ ମା’ ମହାମାୟୀଙ୍କ ମନ୍ଦିର ସ୍ଥଳରେ ପହଞ୍ଚି ଥିଲେ । ଆସନ୍ତା ନାମ ଯଜ୍ଞ ,୧୩ ତାରିଖ ଦେବୀଙ୍କ ମହାସ୍ନାନ,୧୪ ତାରିଖ ସିଂହାସନ ଆରୋହଣ ଓ ୧୫ ତାରିଖ ଦିନ ପୂର୍ଣାହୁତି କାର୍ଯ୍ୟକ୍ରମ ରହିଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ତନ,ମନ,ଧନ ଅର୍ପଣ ପୂର୍ବକ ଦୈବୀକୃପା ଲାଭ କରିବା ପାଇଁ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.