ଫୁଲବାଣୀ ୩ ନମ୍ବର ଓ୍ବାର୍ଡରେ ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଘରେଘରେ ଶଂଖ, ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଫୁଲବାଣୀ ପୌରପରିଷଦ ୩ ନମ୍ବର ଓ୍ବାର୍ଡ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ନେତୃତ୍ୱରେ, ସ୍ଥାନୀୟ କୋର୍ଟ ଛକ ନିକଟରେ ଥିବା ଶନି ମନ୍ଦିର ନିକଟରୁ ୩ ନମ୍ବର ଓ୍ବାର୍ଡ ର ମହିଳା ମାନେ ଏକତ୍ରିତ ହୋଇଥିଲେ। ସେଠାରୁ ଓ୍ବାର୍ଡ ଘରେଘରେ ପହଞ୍ଚି ଲୋକଙ୍କୁ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ବାବଦରେ ବୁଝାଇବା ସହ ସସ୍ତଙ୍କ ଘରେ ଶଂଖ ଚିହ୍ନର ଷ୍ଟିକର ଲଗାଇ ଥିଲେ। ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁରଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.