ଫେବୃଆରୀ ୧୪ରେ କତାର ଯିବେ ପ୍ରଧାନମନ୍ତ୍ରୀ ମୋଦି

add-all

ଆସନ୍ତା ୧୪ ତାରିଖରେ କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ ଦୋହାରେ ପହଞ୍ଚିବେ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟର ସଚିବ ବିନୟ କୱାତ୍ରା ସୂଚନା ଦେଇଛନ୍ତି। କତାର ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେଠାକୁ  ମୋଦି ଯାଉଥିବା ସଚିବ ବିନୟ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ସମ୍ପର୍କରେ ସୂଚନା ଦେଇ ବିନୟ କହିଛନ୍ତି, “ଫେବୃଆରୀ ୧୪ରେ ପ୍ରଧାନମନନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ ହେବ। ସେହିଦିନ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଦୋହାରେ ପହଞ୍ଚିବେ।

ଗସ୍ତ ସମୟରେ ସେ କତାର ଅମୀର ଶେଖ ତାମିମ ବିନ ହମାଦ ଓ ଦେଶର ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କତାର ଗସ୍ତରେ ଯାଉଛନ୍ତି। ଭାରତ ଓ କତାର ମଧ୍ୟରେ ଏବେ ୨୦ ବିଲିୟନ ଡଲାରର ବ୍ୟବସାୟିକ ସମ୍ପର୍କ ରହିଛି। ଏହାକୁ ଆହୁରି ମଜବୁତ କରିବା ପାଇଁ ମୋଦି କତାରା ଯାଉଛନ୍ତି।”

କିଛି ଘଣ୍ଟା ତଳେ କତାର ପକ୍ଷରୁ ବଡ଼ ଘୋଷଣା କରାଯାଇଥିଲା। ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ କତାରରେ ମୃତ୍ୟୁଦଣ୍ଡ ପାଇଥିବା ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କୁ କତାର ଅମୀର ରିଲିଜ କରିଥିଲେ। ଏହାପରେ ହିଁ ଭାରତ ପକ୍ଷରୁ ମୋଦି କତାର ଯିବେ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.