ସମାଜବାଦୀ ପାର୍ଟିର ମହାସଚିବ ପଦ ଛାଡ଼ିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

add-all

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିନା ପଦବୀରେ ମଧ୍ୟ ସେ ଦଳ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି। ସପା ମୁଖ୍ୟଙ୍କୁ ପଠାଯାଇଥିବା ଏକ ଚିଠିରେ ମୌର୍ଯ୍ୟ ଲେଖିଛନ୍ତି ଯେ ମୁଁ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରଠାରୁ କ୍ରମାଗତ ଭାବରେ ଜନଆଧାର ବୃଦ୍ଧି କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଦଳରେ ଭେଦଭାବ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ୨୦୨୨ ବିଧାନସଭା ନିର୍ବାଚନରେ ଶତାଧିକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଓ ଚିହ୍ନ ଦାଖଲ ପରେ ବି ହଠାତ୍ ପ୍ରାର୍ଥୀ ପରିବର୍ତ୍ତନ ସତ୍ତ୍ୱେ ସେ ଦଳର ଭୋଟର ପ୍ରତିଶତ ବଢ଼ାଇବାରେ ସଫଳ ହୋଇଥିଲେ ।

ଗତ କିଛି ଦିନ ହେଲା ସେ ନିଜର ହିନ୍ଦୁ ବିରୋଧୀ ବୟାନ ପାଇଁ ବିବାଦରେ ଥିଲେ । ଦଳୀୟ ବିଧାୟକ ମନୋଜ ପାଣ୍ଡେଙ୍କ ସମେତ ଅନେକ ନେତା ସ୍ୱାମୀ ପ୍ରସାଦଙ୍କ ହିନ୍ଦୁ ବିରୋଧୀ ବୟାନକୁ ନେଇ ପ୍ରଶ୍ନ ଉଠାଇଥିଲେ। ମନୋଜ ପାଣ୍ଡେ ସ୍ୱାମୀଙ୍କୁ ମାନସିକ ଋଗଣ ବୋଲି ବର୍ଣ୍ଣନା କରିଥିଲେ। ଏହାର ଜବାବରେ ସ୍ୱାମୀ ପାଣ୍ଡେଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଥିଲେ। ସ୍ୱାମୀ ଓ ଅନ୍ୟ ଦଳୀୟ ନେତାଙ୍କ ମଧ୍ୟରେ ଏଭଳି ବୟାନବାଜି ଚାଲିଥିଲା। ଅନେକ ବିଧାୟକ ଓ ନେତା ମଧ୍ୟ ସ୍ୱାମୀଙ୍କ ବିରୋଧରେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିକଟରେ ଅଭିଯୋଗ କରିଥିଲେ। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ।

ad-week
Leave A Reply

Your email address will not be published.