ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ବିଜେପି କର୍ମୀଙ୍କ ସହ ପୁଲିସର ମୁହାଁମୁହିଁ, ଲାଠିଚାର୍ଜ

add-all

କୋଲକାତା: ଶାଜାହାନ ଶେଖ୍‌ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ମହିଳାଙ୍କୁ ଯୌନ ନିର୍ଯାତନାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ସମୟରେ ଉତ୍ତେଜନା ବଢ଼ିବା ପରେ ଦଙ୍ଗା ପ୍ରଭାବିତ ସନ୍ଦେଶଖାଲିରେ ପୁଲିସ ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।
ବିକ୍ଷୋଭ ସମୟରେ ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ବିଜେପି ସମର୍ଥକମାନେ ବ୍ୟାରିକେଡ୍‌ ଭାଙ୍ଗିଦେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଉତ୍ତେଜନା ବଢ଼ୁଥିବାରୁ ପୁଲିସ ଭିଡ଼କୁ ହଟାଇବା ପାଇଁ ଲାଠିଚାର୍ଜ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ସଂଘର୍ଷରେ ବିଜେପିର ଅନେକ ମହିଳା ସମର୍ଥକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିବାରୁ ପୁଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ବସିରହାଟରେ ବିଜେପିର ପ୍ରସ୍ତାବିତ ଆନ୍ଦୋଳନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି।

ad-week
Leave A Reply

Your email address will not be published.