ଚାଉଳ ସହ ଦିଆଯାଉଥିବା ବ୍ୟାଗ୍‌କୁ ପୋଡ଼ିଲେ ବିଜେପି କର୍ମୀ

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ଠାରେ ଚାଉଳ ସହ ଦିଆଯାଉଥିବା ବ୍ୟାଗ୍‌କୁ ପୋଡିଦଲେ ବିଜେପି କର୍ମୀ। ଆଜି ଦିନ ୧୨ଟା ବେଳେ ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ରାଜୁଲକୋଣ୍ଡା ଗ୍ରାମବାସୀଙ୍କୁ ଚାଉଳ ବଣ୍ଟନ କରାଯାଉଥିଲା। ଚାଉଳ ସହ ଲୋକଙ୍କୁ ଦୁଇଟି ଲେଖା ବ୍ୟାଗ ଦିଆଯାଇଥିଲା।
ଚାଉଳ ଅଟୋରେ ନେବା ପାଇଁ ଲୋକ ଅପେକ୍ଷା କରିଥିବା ସମୟରେ ୪ରୁ ପାଞ୍ଚ ଜଣ ଲୋକ ଆସି ସମସ୍ତଙ୍କ ଠାରୁ ବ୍ୟାଗ ମାଗି ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ କହିବା କଥା ହେଲା କେନ୍ଦ୍ରର ମୋଦୀ ସରକାର ଲୋକଙ୍କୁ ୫କିଲୋ ଚାଉଳ ମାଗଣା ଦେଉଛନ୍ତି। କିନ୍ତୁ ରାଜ୍ୟର ନବୀନ ସରକାର ସେ ଚାଉଳ ସହ ବ୍ୟାଗ ଦେଇ ଆମେ ଦେଉଛୁ ବୋଲି ଲୋକଙ୍କୁ ମିଛ କହୁଛନ୍ତି। ତେଣୁ ତାକୁ ବିରୋଧ କରି ଆମେ ଆଜି ବ୍ୟାଗ ପୋଡିଲୁ ବୋଲି ବିଜେପି କର୍ମୀ କହିଛନ୍ତି।

ad-week
Leave A Reply

Your email address will not be published.