ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା

add-all

ଚିକିଟୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚିକିଟୀ ପେଣ୍ଠରେ ମା ବାଗ୍ ଦେବୀଙ୍କ ପୂଜନ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀକୃଷ୍ଣ ଚନ୍ଦ୍ର ସାହୁ ଉପସଭାପତି ସନ୍ତୋଷ କୁମାର ସାହୁ ସଦୟ ଉପସ୍ଥିତ ରହି ମା’ଙ୍କୁ ପୂଜନ କରି ଶିଶୁଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ପଣ୍ଡିତ ଶ୍ରୀ ରଘୁନାଥ ପାଣିଗ୍ରାହୀ ନୂତନ ଶିଶୁଙ୍କ ଖଡିଛୁଆଁ କାର୍ଯ୍ୟ ବୈଦିକ ରୀତିରେ କରାଇଥିଲେ ।
ବିଦ୍ୟାଳୟର ଅଭିଭାବକ ଅଭିଭାବିକା ମାନେ ନିଜ ଶିଶୁଙ୍କ ମାଧ୍ୟମରେ ସରସ୍ଵତୀଙ୍କ ଚରଣରେ ସମର୍ପଣ ପୂର୍ବକ ଅର୍ଥ ଓ ବିଦ୍ୟାଳୟ ଉପଯୋଗୀ ସାମଗ୍ରୀ ସମର୍ପିତ କରିଥିଲେ । ଅନୁଷ୍ଠାନର ପ୍ରଧାନା ଚାର୍ଯ୍ୟ ନିରଞନ ବିଷୋୟୀଙ୍କ ତତ୍ତ୍ଵାବଧାନରେ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ପୂଜନଉତ୍ସବର ସୁନ୍ଦର ଆୟୋଜନ ହୋଇପାରିଥିଲା l

ad-week
Leave A Reply

Your email address will not be published.