ଚାଲାଣ ପୂର୍ବରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର; କାର ଜବତ, ୨ ଅଭିଯୁକ୍ତ ଗିରଫ

add-all

ଭୁବନେଶ୍ବର/ବାମରା: ଦିନକୁ ଦିନ ଜଙ୍ଗଲ ଅବକ୍ଷୟ ହେବାକୁ ଯାଉଥିବା ବେଳେ ବନ୍ୟପ୍ରାଣୀମାନେ ମଧ୍ୟ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ଶିକାରୀମାନଙ୍କ ନଜରରେ ରହୁଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ଓ ବାମରା ବନ ବିଭାଗର ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଦୁର୍ଲଭ ବନ୍ୟପ୍ରାଣୀକୁ ଶିକାରୀମାନେ ବାହାରକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ସେମାନେ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଇଚ୍ଛାଧର ନାୟକ (୨୬) ଓ ସଚିନ କୁମାର ପାଢ଼ୀ (୨୮)।

ଏସ୍‌ଟିଏଫ୍‌ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ରେଲଲାଇନ୍‌ ନିକଟ ବଡ଼ଡୁମ୍ବେରମୁଣ୍ଡା-ନୂଆପଡ଼ା ରୋଡ ମଝି ରାସ୍ତାରେ ଜୀବନ୍ତ ବଜ୍ରକାପ୍ତା ଚାଲାଣ ପାଇଁ ଶିକାରୀମାନେ ଉଦ୍ୟମ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ସମ୍ବଲପୁର ଜିଲ୍ଲା ପୁଲିସ ଓ ବାମରା ବନ ବିଭାଗର ସହଯୋଗରେ ଏସ୍‌ଟିଏଫ୍‌ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ‌  ବେଳେ ଏସ୍‌ଟିଏଫ୍‌କୁ ଜୀବନ୍ତ ବଜ୍ରକାପ୍ତା ଠାବ କରିଥିଲା। ଏହି ଘଟଣାରେ ଏସ୍‌ଟିଏଫ୍‌ ସୁନ୍ଦରଗଡ଼ ଜିଲ୍ଲା ବରଗାଁଓ ଥାନା ଅଧୀନ ଭୋଇପାଲି ନିବାସୀ ମାଧବ ଚନ୍ଦ୍ର ନାଏକଙ୍କ ପୁଅ ଇଚ୍ଛାଧର ନାଏକ ଓ ହେମଗିରର ରମେଶ ଚନ୍ଦ୍ର ପାଣ୍ଡେଙ୍କ ପୁଅ ସଚିନ କୁମାର ପାଣ୍ଡେଙ୍କୁ ଗିରଫ କରିଛି। ପୁଲିସ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଏକ କାର ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଏସ୍‌ଟିଏଫ୍‌ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ad-week
Leave A Reply

Your email address will not be published.